ସୁରତଠାରେ ଭୟାବହ ଅଗ୍ନିକାଣ୍ଡ : କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

Published: Jan 21, 2020, 10:05 am IST

ସୁରତ : ଗୁଜୁରାଟର ସୁରତଠାରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ସୁରତର ଏକ ରଘୁବୀର ଟେକ୍ସଟାଇଲ୍‌ ମାର୍କେଟରେ ଏହି ଅଗ୍ନିକାଣ୍ଡ ଘଟିଛି।  ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ 57ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରୁଥିବାର ଜଣାପଡିଛି । ତେବେ ଏହି  ଘଟଣାରେ କୌଣସି ଜୀବନ ହାନି ହୋଇନଥିବାବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ମିଳିଛି। 10 ମହଲା ବିଶିଷ୍ଟ କପଡ଼ା ବଜାରରେ ନିଆଁ ଲାଗିବାର କାରଣ ସମ୍ପର୍କରେ ଜଣାପଡିନଥିବାବେଳେ ଏହି ଘଟଣାର ଯାଞ୍ଚ ଚାଲିଛି । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ  ଘଟି ଧନ-ଜୀବନ ନଷ୍ଟ ହୋଇଥିଲା । (ଏଜେନ୍ସି)

Related posts