ସିଏଏ ଉପରେ ଆରମ୍ଭ ହେଲା ଶୁଣାଣି: ଚାରି ସପ୍ତାହ ମଧ୍ୟରେ ଜବାବ ରଖିବେ କେନ୍ଦ୍ର ସରକାର

Published: Jan 22, 2020, 11:54 am IST

ନୂଆଦିଲ୍ଲୀ : ସିଏଏକୁକୁ ନେଇ ଦାଖଲ ହୋଇଥିବା 144ଟି ଯାଚିକା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। ସିଏଏ ଉପରେ ତୁରନ୍ତ ରୋକ୍‌ ଲଗାଇବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ସିଏଏ ଉପରେ ଏକପାଖିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ପାଞ୍ଚଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ପୀଠ ଏହି ଯାଚିକାଗୁଡ଼ିକ ଉପରେ ଶୁଣାଣି କରିବେ। ଚାରି ସପ୍ତାହ ଭିତରେ କେନ୍ଦ୍ର ସରକାରଙ୍କୁ ଏହି ଯାଚିକାଗୁଡ଼ିକ ଉପରେ ଜାବବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଆସାମ ସମ୍ପର୍କିତ ଯାଚିକା ଉପରେ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦିଆଯାଇଛି।

ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ଯାଚିକାଗୁଡ଼ିକୁ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ବଣ୍ଟା ଯାଇଛି। ଏତଦ୍‌ବ୍ୟତୀତ ଆସମ, ତ୍ରିପୁରା ମାମଲାକୁ ଅଲଗା ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ ରହିଛି।  ସେହିପରି ଉତ୍ତରପ୍ରଦେଶ ଜାରି ହୋଇଥିବା ସିଏଏ ପ୍ରକ୍ରିୟାକୁ ମଧ୍ୟ ଅଲଗା ଶୁଣାଣି କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଏହି ଆଇନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବେଡ କହିଛନ୍ତି ଯେ, ଏବେ ଏହି ମାମଲା ଉପରେ କୌଣସି ପ୍ରକାରର ଆଦେଶ ଜାରି କରାଯାଇପାରିନାହିଁ। କାରଣ ବହୁତ ଗୁଡ଼ିଏ ଯାଚିକାର ଶୁଣାଣି ହେବା ପାଇଁ ବାକି ରହିଛି। କୌଣସି ପ୍ରକାରର ଏକପାଖିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ। ସମସ୍ତ ଯାଚିକାର ଶୁଣାଣି ହେବା ପରେ ଯାଇ ନିଷ୍ପତ୍ତି ନିଆଯିବ। (ଏଜେନ୍ସି)

Related posts