ଆଗାମୀ ଲୋକସଭା ନିର୍ବାଚନ ଲଢିବେନି ରଜନୀକାନ୍ତ

Published: Feb 17, 2019, 2:49 pm IST

ଅଭିନେତାରୁ ରାଜନେତା ହୋଇଥିବା ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଜାରି କରିଥିବା ଏକ ବୟାନରେ ରଜନୀକାନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କ ଦଳ କୌଣସି ଦଳକୁ ସମର୍ଥନ କରୁନାହିଁ, କୌଣସି ଦଳ ତାଙ୍କ ଫଟୋ ଅବା ସଂଗଠନର ଚିହ୍ନ ବ୍ୟବହାର କରିବା ଉଚିତ୍‌ ନୁହେଁ । ରଜନୀକାନ୍ତ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ  ଯେଉଁ ଦଳ ପାଣି ସମସ୍ୟାର ସମାଧାନ କରିପାରିବ, ସେହି ଦଳକୁ କେନ୍ଦ୍ରରେ କ୍ଷମତାକୁ ଆଣିବାକୁ ଆହ୍ଵାନ ଦେଇଛନ୍ତି ।

Related posts