ବିଚ୍ଛିନ୍ନତାବାଦୀଙ୍କଠୁ କାଢି ନିଆଗଲା ସୁରକ୍ଷା ବ୍ୟବସ୍ଥା, ଆଇଏସଆଇ ସହ ଲିଙ୍କ୍ ନେଇ ହେବ କାର୍ଯ୍ୟାନୁଷ୍ଠାନ

Published: Feb 17, 2019, 2:51 pm IST

ପୁଲୱାମା ଆକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛନ୍ତି।  ପ୍ରଶାସନ ପକ୍ଷରୁ ସମସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କୁ ମିଳୁଥିବା ସୁରକ୍ଷାକୁ କାଢି ନିଆଯାଇଛି। ଏଥିରେ ମୀରଜାବାଇ ଉମର ଫାରୁକ, ସବିର ଶାହ, ହାସିମ କ୍ୟୁରେସି, ବିଲାଲ ଲୋନ ଓ ଅବଦୁଲ ଗନି ଭଟ୍ଟ ସାମିଲ ଅଛନ୍ତି । ଏହି ପାଞ୍ଚ ନେତା ଏବଂ ଅନ୍ୟ ବିଚ୍ଛିନ୍ନତାବାଦୀ ନେତାଙ୍କୁ କୌଣସି ପ୍ରକାରର ସୁରକ୍ଷା ଦିଆଯିବ ନାହିଁ ବୋଲି ଅଧିକାରୀ କହିଛନ୍ତି । ଜାମ୍ମୁ ଓ କାଶ୍ମୀର ସରକାରର ଗୃହ ସଚିବ  ବିଚ୍ଛିନ୍ନତାବାଦୀଙ୍କୁ ମିଳିଥିବା ସୁରକ୍ଷାର ସମୀକ୍ଷା କରିବା ପରେ ଏହି ନିର୍ଣ୍ଣୟ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଅଧିକାଂଶ ବିଚ୍ଛିନ୍ନତାବାଦୀଙ୍କୁ ଜମ୍ମୁ ଓ କାଶ୍ମୀର ପୋଲିସ ସୁରକ୍ଷା ଦିଆଯାଇଥାଏ ।

Related posts