ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ବନ୍ଦକୁ ସମର୍ଥନ ଦେଲା ଓଡ଼ିଶା ବ୍ୟବସାୟୀ ମହାସଂଘ

Published: Feb 17, 2019, 2:53 pm IST

ସୋମବାର ଓଡିଶାରେ ବନ୍ଦ ରହିବ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ! ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି । ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଜଣାଇଛନ୍ତି ଯେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ପ୍ରସ୍ତାବକୁ ସମର୍ଥନ କରି ଓଡ଼ିଶାର ବ୍ୟବସାୟୀମାନେ ୧୮ ତାରିଖ ଦିନ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ନିଜ ଅନୁଷ୍ଠାନକୁ ବନ୍ଦ ରଖିବେ।

Related posts