‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ୍ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Published: Feb 17, 2019, 3:16 pm IST

ଭୁବନେଶ୍ୱର ଉପକଣ୍ଠ ବାରଙ୍ଗର ରତାଗଡ଼ଠାରେ ପ୍ରତିଷ୍ଠା ହେବ ‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର’। ଆଜି ଏହି ହସ୍ପିଟାଲ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟାଟା ଟ୍ରଷ୍ଟ ସହାୟତାରେ ଏହି କ୍ୟାନ୍‌ସର ହସ୍ପିଟାଲ୍ ନିର୍ମାଣ ହେବ। ମୁମ୍ବାଇର ଟାଟା ମେମୋରିଅଲ୍‌ ହସ୍ପିଟାଲ୍‌ ଢାଞ୍ଚାରେ ଏହାର ନିର୍ମାଣ ହେବ। ଉଦ୍‌ଘାଟନୀ ଉତ୍ସବରେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟା ମଧ୍ୟ ଉପସ୍ଥିତ ରହିଥିଲେ। ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦିଆଯାଇଛି।  ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ହସ୍ପିଟାଲରେ ୫୦୦ ବେଡ୍‌ ରହିବ । ଅଙ୍କୋ ମେଡିସିନ୍, ଅଙ୍କୋ ସର୍ଜରୀ, ରେଡିଏସନ୍‌ ଥେରାପି ଓ କେମୋ ଥେରାପି ଭଳି ସବୁ ସୁବିଧା ଏଠାରେ ଉପଲବ୍ଧ ହେବ। ଏହା ପୂରା ପୂର୍ବ ଭାରତରେ କ୍ୟାନସର ଚିକିତ୍ସାର ପେଣ୍ଠସ୍ଥଳୀ ପାଲଟିବ।

Related posts