୨୪ ବର୍ଷ ପରେ ପୁଣି ଏକାଠି ହେବେ ଜିତେନ୍ଦ୍ର- ଜୟପ୍ରଦା

Published: Feb 17, 2019, 4:35 pm IST

ବିଗତ ଦିନର ନାୟିକା ଜୟା ପ୍ରଦା ଓ ନାୟକ ଜିତେନ୍ଦ୍ର ଆଜିବି ଦର୍ଶକଙ୍କ ହୃଦୟରେ ଅଭୁଲା ହୋଇ ରହିଛନ୍ତି। ୮୦-୯୦ ଦଶକରେ ଏମାନେ ଏକାଠି ପାଖାପାଖି ୨୪ଟି ଚଳଚ୍ଚିତ୍ରରେ କାମ କରିଥିଲେ। ଶେଷଥର ପାଇଁ ଏମାନଙ୍କୁ ‘ପାପି ଦେବତା’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ପୁଣିଥରେ ଦର୍ଶକେ ତାଙ୍କୁ ଏକାଠି ଦେଖିବାକୁ ପାଇବେ । ତେବେ ଦୁହେଁ କୌଣସି ଫିଲ୍ମରେ ନୁହଁନ୍ତି ଛୋଟପରଦାରେ ନଜର ଆସିବେ। ପାଖାପାଖି ୨୪ ବର୍ଷ ପରେ ପୁଣିଥରେ ଦୁହେଁ ଏକାଠି ନଜର ଆସିବେ । ଡ୍ୟାନ୍ସ ରିଅଲିଟି ଶୋ’ ‘ସୁପର୍‌ ଡ୍ୟାନ୍ସର୩’ରେ ଅତିଥି ବିଚାରକ ଭାବେ ନଜର ଆସିବେ । ଏହି ଅଧ୍ୟାୟରେ ସୁପର୍‌ ଡ୍ୟାନ୍ସରମାନେ ୮୦-୯୦ ଦଶକର ସୁପରହିଟ୍‌ ଜିତେନ୍ଦ୍ର ଓ ଜୟପ୍ରଦାଙ୍କ  ଗୀତରେ ନୃତ୍ୟ କରିବେ ।  ତେବେ ବିଚାରକ ରୂପେ ଜିତେନ୍ଦ୍ର ଓ ଜୟା ଛୋଟପରଦାକୁ ଆସୁଥିବାରୁ ବେଶ୍‌ ଖୁସି ଅଛନ୍ତି । ଜିତେନ୍ଦ୍ର-ଜୟପ୍ରଦାଙ୍କ ଯୋଡ଼ିର ଚର୍ଚ୍ଚିତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ‘ଲୋକ ପରଲୋକ’, ‘ହେସିୟତ୍‌’, ଟକ୍କର, ମାଓ୍ବାଲି, ମକସଦ୍‌, ତୋଫାତ, ହକିକତ୍‌, ସିଂହାସନ, ହୋସିୟାର, ମେରେ ସାଥୀ, ପାତାଲ ଭୈରବୀ, ସଂଯୋଗ, ଐସା ପ୍ୟାର କାହାଁ, ସ୍ବର୍ଗ ସେ ସୁନ୍ଦର, ଔଲାଦ, ସିନ୍ଦୂର, ମଜବୁର୍‌, ସୌତନ୍‌ କେ ବେଟି, ଥାନେଦାର, ମା, ଖଲନାୟିକା ପ୍ରମୁଖ ।

Related posts