ଆଜି ରାତି ପ୍ରାୟ ସାଢେ ଦଶଟା ବେଳେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନିର୍ମାଣାଧୀନ ୨ ନମ୍ବର ଟର୍ମିନାଲର ଫଲ୍ସ ଛାତ ଭୁଷୁଡି ପଡିଛି। ଏହି ଦୁର୍ଘଟଣା ଘଟିବା ବେଳେ ସେଠାରେ ଅନେକ ଶ୍ରମିକ କାମ କରୁଥିବାର ସୂଚନା ରହିଛି। ଦୁର୍ଘଟଣାରେ କିଛି ଶ୍ରମିକ ଆହତ ହୋଇଥିବାର ଖବର ମିଳୁଛି। ତେବେ ଘଟନା ଘଟିବାର ପ୍ରାୟ ଦୁଇ ଘଣ୍ଟା ପରେ ମଧ୍ୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।