Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୁର୍କୀରେ 6.8 ତୀବ୍ରତାର ଭୂମିକମ୍ପ : 18 ମୃତ
ଆଜିର ଖବର

ତୁର୍କୀରେ 6.8 ତୀବ୍ରତାର ଭୂମିକମ୍ପ : 18 ମୃତ

January 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅଙ୍କାରା : ତୁର୍କୀରେ ଏକ ଭୟାବହ ଭୂକମ୍ପ ପ୍ରଭାବରେ 18 ଜଣଙ୍କର ପ୍ରାଣହାନି ଘଟିଛି । ଶୁକ୍ରବାର ରାତିରେ ତୁର୍କୀରେ ହୋଇଥିବା ଏହି ଭୂମିକମ୍ପରେ 18 ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ 30ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତୁର୍କୀର ପୂର୍ବ ଭାବରେ ରହିଥିବା ସହର ଏଲାଜିଗ୍‌ର ସିଭ୍ରାଇସ୍‌ ଅଞ୍ଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଏଲାଜିଗ୍‌ର ସିଭ୍ରାଇସ୍‌ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ପ୍ରାୟ 70 କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଶୁକ୍ରବାର ସ୍ଥାନୀୟ ସମୟ ରାତି ପ୍ରାୟ 8.55 ମିନିଟରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ତୁର୍କୀର ଜରୁକାଳୀନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 30ରୁ ଅଧିକ ଲୋକ ବିଭିନ୍ନ ଭଗ୍ନ କୋଠା ତଳେ ଚାପି ହୋଇ ରହିଛନ୍ତି । ତୁର୍କୀ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ନେଇ ରାଷ୍ଟ୍ରପତି ତାୟିପ୍‌ ଏର୍ଡୋଗାନ୍‌ ପ୍ରକାଶ କରିଛନ୍ତି ।

earthquake TURKEY
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026
Latest News

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.