ଏକା ସାଙ୍ଗରେ ୭ଟି ସନ୍ତାନର ଜନନୀ ହୋଇ ଚର୍ଚ୍ଚାରେ ଇରାକୀ ମହିଳା

Published: Feb 17, 2019, 5:33 pm IST

ପୂର୍ବ ଇରାକ ଦିୟାଲି ପ୍ରାନ୍ତର ଏକ ହସ୍ପିଟାଲରେ ଜଣେ ମହିଳା ଏକାଥରେକ ୭ଟି ଶିଶୁ ଜନ୍ମ କରି ଚର୍ଚ୍ଚାରେ ରହିଛନ୍ତି । ନବଜାତକଙ୍କ ମଧ୍ୟରେ ୬ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ମା’ ଓ ଛୁଆ ବେଶ୍‌ ସୁସ୍ଥ ଅଛନ୍ତି । ତେବେ ଜଣେ ମହିଳା ଜଣକ ଏକାଥରକେ ୭ଟି ସନ୍ତାନ ଜନ୍ମ କରି ଇରାକ୍‌ରେ ରେକର୍ଡ କରିଛନ୍ତି । ଏହା ତାଙ୍କ ଇତିହାସରେ ପ୍ରଥମ ।  ୨୫ ବର୍ଷୀୟ ମହିଳାଙ୍କ ସ୍ବାମୀ ୟୁସିଫ୍‌ ଫାଦଲ ସନ୍ତାନକୁ ଜନ୍ମକୁ ନେଇ ବେଶ୍‌ ଖୁସି ଅଛନ୍ତି । ୧୯୯୭ରେ ଆମେରିକାର ବୋବି ମାକ୍‌କଫିଙ୍କ ପତ୍ନୀ କେନି ଏକାସାଙ୍ଗରେ ୭ଟି ସନ୍ତାନକୁ ଜନ୍ମ ଦେଇଥିଲେ  ।

Related posts