ସୁନୀଲ୍‌ ଛେତ୍ରୀଙ୍କୁ ମିଳିଲା ପ୍ରଥମ ଫୁଟବଲ୍‌ ରତ୍ନ ସମ୍ମାନ

Published: Feb 17, 2019, 5:23 pm IST

ଭାରତୀୟ ଫୁଟବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଭାରତ ତରଫରୁ ସର୍ବାଧିକ ଗୋଲ୍‌ କରିଥିବା ସୁନୀଲ୍‌ ଛେତ୍ରୀଙ୍କୁ ‘ଫୁଟବଲ୍‌ ଦିଲ୍ଲୀ’  ଦ୍ଵାରା ପ୍ରଥମ ଫୁଟବଲ୍‌ ରତ୍ନ ସମ୍ମାନରେ ସମ୍ମାନିତ କରିଛି । ୩୪ ବର୍ଷୀୟ ଛେତ୍ରୀ ଖେଳରେ ଉଲ୍ଳେଖନୀୟ ଅବଦାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ କରିସାରିଛନ୍ତି ।  ସେ ଏହି ଉପାଧି ପାଇଁ ବେଶ୍‌ ଖୁସି ରହିଛନ୍ତି । ଏହି ଅବସରରେ ଛେତ୍ରୀ କହିଛନ୍ତି ଯେ – ସେ ସର୍ବଦା ଫୁଟବଲ୍ ଖେଳର ବିକାଶ ଦିଗରେ କାର୍ଯ୍ୟ କରିବେ ।

Related posts