ଉଭୟ କଂଗ୍ରେସ ଓ ବିଜେଡ଼ିକୁ ନିଶାନା କଲେ ରାଜନାଥ ସିଂହ

Published: Feb 17, 2019, 6:21 pm IST

ଭଦ୍ରକ ରାଣୀତଲାରେ ସାଧାରଣ ସଭାରେ ସେ ବୁଥସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା କରିଛନ୍ତି ରାଜନାଥ। ସମାବେଶରେ ଉତ୍ତର ଓଡ଼ିଶାର ସବୁ ବୁଥସ୍ତରୀୟ କର୍ମୀ ଯୋଗ ଦେଇଥିଲେ। ପୁର୍ନବାର ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ର ଗୃମନ୍ତ୍ରୀ ରାଜନାଥ । କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିଲେ ଓଡ଼ିଶାର ଏମଏସପି ଦେଢ଼ଗୁଣା ବୃଦ୍ଧି କରିବା ଦାବିକୁ ପୂରଣ କରାଯିବ । ଭାଷଣ ଆରମ୍ଭରୁ ପୁଲୱାମା ଆତଙ୍କୀ ହମଲାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇସାରିବା ପରେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ରାଜନାଥ । ଓଡ଼ିଶାର ବିକାଶ କାହିଁକି ହେଉନି ଏବଂ ବିକାଶରେ କାହିଁକି ବାଧା ସୃଷ୍ଟି ହେଉଛି ବୋଲି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।  ସେହିଭଳି ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୋଇଥିଲେ ମଧ୍ୟ ଏହାକୁ ଓଡ଼ିଶାରେ ଲାଗୁ କରାଯାଉନି । ସେପଟେ କଂଗ୍ରେସକୁ ମଧ୍ୟ ନିଶାନା କରି ରାହୁଲଙ୍କୁ କଟାକ୍ଷ କରିଛନ୍ତି ରାଜନାଥ କହିଛନ୍ତି ଯେ, ଚୌକିଦାର ଚୋର ନୁହେଁ ସ୍ୱଚ୍ଛ ।  ପୂର୍ବଭାରତର ବିକାଶ କେବଳ ମୋଦି ସରକାର କରି ପାରିବେ ବୋଲି କହିଛନ୍ତି ରାଜନାଥ । ଏହି ଅବସରରେ ଭଦ୍ରକରେ ରାଜନାଥ ପ୍ରଥମେ ରକ୍ତତୀର୍ଥ ଇରମ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କୁ ଦର୍ଶନ କରିଥିଲେ। ରାଜନାଥଙ୍କ ସହ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ।

Related posts