ପାକ୍ ସାମଗ୍ରୀ ଉପରେ ୨୦୦% ବଢ଼ିଲା ସୀମା ଶୁଳ୍କ

Published: Feb 17, 2019, 6:37 pm IST

ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଏକଘରିଆ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି ଭାରତ। ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହାର କରାଯାଇଥିବା ବେଳେ ପଡ଼ୋଶୀ ଦେଶକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଆଉ ଏକ ପଦକ୍ଷେପ ନିଆଯାଇଛି। ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସାମଗ୍ରୀ ଉପରେ କେନ୍ଦ୍ର ସରକାର ୨୦୦% ସୀମା ଶୁଳ୍କ ଲାଗୁ କରିଛନ୍ତି। ତତ୍କାଳ ଏହାକୁ ଲାଗୁ କରାଯାଇଛି। ବିଶେଷ କରି ପାକିସ୍ତାନରୁ ଭାରତକୁ ବେଶୀ ଫଳ ଓ ସିମେଣ୍ଟ ଆମଦାନୀ ହୋଇଥାଏ। ଫଳରେ ବର୍ତ୍ତମାନ ସୀମା ଶୁଳ୍କ ୩୦-୫୦% ଥିବା ବେଳେ ସିମେଣ୍ଟରେ ରହିଛି ୭.୫%।

Related posts