ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିପିଆଇ(ଏମ୍) ମହାସଚିବ ସୀତାରାମ ୟେଚୁରୀଙ୍କ ଟାର୍ଗେଟ । ସୀତାରାମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ପୁଣି କ୍ଷମତାକୁ ଫେରିବା ଭାରତୀୟ ସମ୍ବିଧାନ ପାଇଁ ଘାତକ ହେବ । କେରଳ ସଂରକ୍ଷଣ ଯାତ୍ରାରେ ଯୋଗ ଦେଇ କାସାରଗଡ଼ଠାରେ ମୋଦିଙ୍କୁ ନିଶାନା କରିଛନ୍ତି ସୀତାରାମ୍ । ଏହାସହ ସୀତାରାମ କହିଛନ୍ତି ଯେ, ଦେଶରେ ଦୀର୍ଘ ସାଢ଼େ ଚାରିବର୍ଷ ଶାସନ କରିଥିବା ମୋଦି ସରକାରଙ୍କ ସମୟରେ ଧନି-ଗରିବଙ୍କ ମଧ୍ୟରେ ଦୂରତା ବଢ଼ିଚାଲିଛି । ମୋଦି ପୁଣିଥରେ କ୍ଷମତାକୁ ଫେରିଲେ ଏହା ଅଧିକ ବୃଦ୍ଧି ପାଇବ। ସେହିପରି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ୟେଚୁରୀ କହିଛନ୍ତି ଯେ, ଏହି ଘଟଣାରେ ରାଜନୈତିକ ଅଭିସନ୍ଧି ରଖି ସାମ୍ପ୍ରଦାୟିକ ରୂପ ନ ଦେଇ ଶହୀଦ ଯବାନଙ୍କ ବଳିଦାନ ଯେପରି ବ୍ୟର୍ଥ ନହେବ, ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ । ବିଜେପିକୁ କଡା ଜବାବ ଦେବା ପାଇଁ ତଥା ମୋଦି ସରକାରକୁ ଦେଶରୁ ହଟାଇବା ପାଇଁ କଂଗ୍ରେସ ସହିତ ମେଣ୍ଟ କରିବା ଉପରେ ମଧ୍ୟ ଆଭିମୁଖ୍ୟ ରଖିଛନ୍ତି ସୀତାରାମ ।
Tags: