ଅର୍ପିତ ହୋଟେଲ ମାଲିକ ଗିରଫ

Published: Feb 17, 2019, 7:43 pm IST

ନୂଆଦିଲ୍ଲୀର କରୋଲବାଗ୍‌ ଅଞ୍ଚଳରେ ଥିବା ଅର୍ପିତ ହୋଟେଲରେ ଅଗ୍ନିକାଣ୍ଡ ଘଟଣାରେ ରବିବାର ସକାଳେ ହୋଟେଲ ମାଲିକଙ୍କୁ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସ କ୍ରାଇମ୍‌ବ୍ରାଞ୍ଚର ଡିସିପି ରାଜେଶ ଦେବ ଅର୍ପିତ ହୋଟେଲର ମାଲିକ ରାକେଶ ଗୋଏଲଙ୍କୁ ଗିରଫ କରିଛନ୍ତି। ରାକେଶ କତରରୁ ଫେରୁଥିବା ଖବର ପାଇ ପୁଲିସ ବିମାନବନ୍ଦରରୁ ହିଁ ତାଙ୍କୁ ଗିରଫ କରିଛି। ଅର୍ପିତ ହୋଟେଲ୍‌ ଅଗ୍ନିକାଣ୍ଡରେ ୧୭ ଜଣଙ୍କର ପ୍ରାଣହାନି ଘଟିଥିଲା। ଗିରଫ ହୋଇଥିବା ରାକେଶ ଗୋଏଲଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଡିସିପି ରାଜେଶ ଦେବ କହିଛନ୍ତି। ହୋଟେଲ ମାଲିକ ରାକେଶ ଗୋଏଲଙ୍କ ନାଆଁରେ ଆଗରୁ ମଧ୍ୟ ଥାନାରେ ଅଭିଯୋଗ ରହିଥିଲା।

Related posts