ଜାତୀୟ ବ୍ୟାଡମିଣ୍ଟନ୍‌ ଚାମ୍ପିଅନ୍‌ : ସିନ୍ଧୁଙ୍କୁ ହରାଇ ସାଇନା ଚାମ୍ପିୟନ୍

Published: Feb 17, 2019, 8:01 pm IST

କ୍ରମାଗତ ଦ୍ୱିତୀୟ ଥର ପାଇଁ ମହିଳା ଏକକ ବର୍ଗରେ ଜାତୀୟ ବ୍ୟାଡମିଣ୍ଟନ୍‌ ଟାଇଟଲ ଜିତିଛନ୍ତି ସାଇନା ନେହ୍ୱାଲ । ସେ ଆଜି ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ତଥା ଭାରତର ଅନ୍ୟତମ ଷ୍ଟାର୍ ଶଟଲର୍ ପିଭି ସିନ୍ଧୁଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ଗତଥର ଜାତୀୟ ଚାମ୍ପିୟନଶିପ୍‌ରେ ମଧ୍ୟ ସିନ୍ଧୁଙ୍କୁ ପରାସ୍ତ କରି ସାଇନା ବିଜୟୀ ହୋଇଥିଲେ । ଆଜି ଫାଇନାଲ୍‌ ମ୍ୟାଚ୍‌ଟି ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଏହି ସେଟ୍‌କୁ ୨୧-୧୫ରେ ଜିତି ସାଇନା ମ୍ୟାଚ୍ ଜିତି ଚାମ୍ପିୟନ୍ ହୋଇପାରିଛନ୍ତି । ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ସୌରଭ ବର୍ମା ଚାମ୍ପିୟନ ହୋଇଛନ୍ତି ।

Related posts