Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀରେ ଚାଣକ୍ୟ ବନାମ ଚାଣକ୍ୟ : ଶାହାଙ୍କ କରେଣ୍ଟକୁ ନେଇ ପିକେଙ୍କ ଜୋର୍‌ କା ଝଟ୍‌କା
ଆଜିର ଖବର

ଦିଲ୍ଲୀରେ ଚାଣକ୍ୟ ବନାମ ଚାଣକ୍ୟ : ଶାହାଙ୍କ କରେଣ୍ଟକୁ ନେଇ ପିକେଙ୍କ ଜୋର୍‌ କା ଝଟ୍‌କା

January 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଦିଲ୍ଲୀର ନିର୍ବାଚନୀ ଦଙ୍ଗଲ୍‌ରେ ନେତାମାନଙ୍କର ବୟାନବାଜି ଜାରି ରହିଛି । ରାଜଧାନୀରେ ଆସନ୍ତା ଫେବୃଆରୀ 8 ତାରିଖରେ 70ଟି ବିଧାନସଭା ଆସନ ପାଇଁ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେବ । ଫେବୃଆରୀ 11 ତାରିଖରେ ଏହାର ଫଳାଫଳ ବାହାରିବ । ରାଜଧାନୀ ଦିଲ୍ଲୀ ପାଞ୍ଚବର୍ଷ ପାଇଁ କାହାକୁ ବାଛୁଛି, ତାହା ସ୍ପଷ୍ଟ ହୋଇଯିବ । ତେବେ ଦିଲ୍ଲୀର ଦିଲ୍‌ରେ ରାଜ୍‌ କରିବା ପାଇଁ ସବୁ ରାଜନୈତିକ ଦଳମାନଙ୍କର ତୁଫାନି ନିର୍ବାଚନୀ ପ୍ରଚାର ଚାଲିଛି । ଏହି କ୍ରମରେ ଚର୍ଚ୍ଚାକୁ ଆସିଛି ଦୁଇ ପ୍ରମୁଖ ଦଳଙ୍କ ଚାଣକ୍ୟ ବନାମ ଚାଣକ୍ୟଙ୍କ ଜୁବାନି ।  ଦିଲ୍ଲୀରେ ବିଜେପିର ସରକାର ପାଇଁ ମୋର୍ଚ୍ଚା ସମ୍ଭାଳିଛନ୍ତି ବିଜେପି ଚାଣକ୍ୟ ଅମିତ୍‌ ଶାହା ନିଜର ଚିରାଚରିତ ଆକ୍ରମକ ଶୈଳୀରେ ପ୍ରଚାର କରିଛନ୍ତି । ରବିବାର ଦିନ ବାବରପୁରଠାରେ ଏକ ନିର୍ବାଚନୀ ରାଲିରେ ନାଗରିକତା ଆଇନ (ସିଏଏ) ବିରୋଧରେ ଶାହିନ୍‌ବାଗ୍‌ଠାରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ‘ଇଭିଏମ୍‌ର ବଟନ୍‌’କୁ ଏତେ ରାଗରେ ଦବାଇବେ ଯେ, ବାବରପୁର ବଟନ୍‌ ଦାବିଲେ, ଏହାର କରେଣ୍ଟ ଶାହିନ୍‌ବାଗ ଭିତରେ ଲାଗିବ ।

ଅମିତ୍‌ ଶାହାଙ୍କ କଥାକୁ ଟାର୍ଗେଟ୍‌ କରିଛନ୍ତି ଜେଡେୟୁ ନେତା ପ୍ରଶାନ୍ତ କିଶୋର । ଆପ୍‌ର ନିର୍ବାଚନ ରଣନୀତିକାର୍‌ ପ୍ରଶାନ୍ତ ଜବାବ ଦେଇଛନ୍ତି । ପ୍ରଶାନ୍ତ ଟୁଇଟ୍‌ କରି କହିଛନ୍ତି ଯେ, ଜୋର୍‌ କା ଝଟ୍‌କା ଧୀରେ ସେ ଲାଗିବା ଦରକାର ।

ପ୍ରଶାନ୍ତ ନିଜର ଟୁଇଟ୍‌ରେ କହିଛନ୍ତି ଯେ, ‘ଫେବୃଆରୀ 8 ତାରିଖରେ ଦିଲ୍ଲୀଠାରେ ଇଭିଏମ୍‌ ବଟନ୍‌ ତ ପ୍ରେମରେ ଦବାଯିବ । କାରଣ ଜୋର୍‌ କା ଝଟ୍‌କା ଧୀରେ ଲାଗିବା ଦରକାର । ଯେମିତିକି ନିଜ ନିଜ ଭିତରେ ରହିଥିବା ଭାଇଚାରା ଓ ସୌହାର୍ଦ୍ଦ୍ୟ ବିପଦରେ ପଡିବନି । ଏହା ସହିତ ପ୍ରଶାନ୍ତ ଚାରିଟି ପ୍ରସଙ୍ଗକୁ ମଧ୍ୟ ଟୁଇଟ୍‌ କରିଛନ୍ତି । ଟୁଇଟ୍‌ରେ ନ୍ୟାୟ, ସ୍ବତନ୍ତ୍ରତା,ସମାନତା, ଭାତ୍ରୃତ୍ବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଅମିତ୍‌ ଶାହା ଦିଲ୍ଲୀର ବାବର୍‌ପୁରଠାରେ ରବିବାର ଦିନ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ ଯେ, ସିଏଏର ବିରୋଧ କରୁଥିବା ନେତାମାନେ ଦିଲ୍ଲୀରେ ଦଙ୍ଗା କରିବା ସହିତ ଲୋକଙ୍କୁ ଭ୍ରମିତ  କରୁଛନ୍ତି । (ଏଜେନ୍ସି)

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍‌ଏସ୍‌-୦୩ର ସଫଳ ଉତ୍‌କ୍ଷେପଣ

November 3, 2025

ଅନିଲ ଅମ୍ବାନୀଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ

November 3, 2025

ଆଜି ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 3, 2025

ବନ୍ଦହେବ ନାହିଁ ରାସନ, ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ଦାଖଲର ଅବଧି

November 3, 2025
BJP Ads
Latest News

ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍‌ଏସ୍‌-୦୩ର ସଫଳ ଉତ୍‌କ୍ଷେପଣ

November 3, 2025

ଅନିଲ ଅମ୍ବାନୀଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ

November 3, 2025

ଆଜି ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 3, 2025

ବନ୍ଦହେବ ନାହିଁ ରାସନ, ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ଦାଖଲର ଅବଧି

November 3, 2025

ସଂପୂର୍ଣ୍ଣ ହେଲା କଳିଙ୍ଗା ଘାଟି ରାସ୍ତାର ମରାମତି କାର୍ଯ୍ୟ, ତଥାପି ଜାରି ରହିଛି କଟକଣା, ଜାଣନ୍ତୁ କ’ଣ?

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.