ପୁଲୱାମାରେ ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ, ୪ ସହିଦ

Published: Feb 18, 2019, 10:29 am IST

ଜମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ। ପିଙ୍ଗନିଲ ଅଞ୍ଚଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଛି। କୌଣସି ସୂତ୍ରରୁ ୩-୪ ଜଣ ଆତଙ୍କବାଦୀ ପିଙ୍ଗନିଲ ଅଞ୍ଚଳରେ ଲୁଚିଥିବା ଖବର ପାଇଥିଲା ସେନା। ଏହାପରେ ସର୍ଚ୍ଚ ଅପରେସନ୍ ଜୋରଦାର ହୋଇଥିଲା। ଏତିକିବେଳେ ସୁରକ୍ଷାକର୍ମୀଙ୍କୁ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏଥିରେ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଆର୍ମିର ମେଜର ଜେନେରାଲ ଅଛନ୍ତି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।

Related posts