୪ ଜଣ କାଶ୍ମୀର ଛାତ୍ରୀଙ୍କ ନାଁରେ ଦେଶଦ୍ରୋହ ମାମଲା

Published: Feb 18, 2019, 10:51 am IST

ଜୟପୁରର ଏକ ଘରୋଇ ବିଶ୍ୱବିଦ୍ୟାଳୟର ୪ ଜଣ ପାରା ମେଡିକାଲ ଛାତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସେମାନେ ଉତ୍ସବ ମନାଇଥିଲେ। ସେମିତି ନୁହେଁ ଉତ୍ସବର ଭିଡିଓ ସୁଟ୍ କରି ହ୍ୱାଟସ ଆପରେ ସେୟାର ବି କରିଥିଲେ। ପୋଲିସ ଏମାନଙ୍କ ନାଁରେ ତୁରନ୍ତ ଦେଶଦ୍ରୋହ ମାମଲା ରୁଜୁ କରିଛି। ଏହାସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚାରି ଜଣ ଛାତ୍ରୀଙ୍କୁ କଲେଜ ଓ ହଷ୍ଟେଲରୁ ନିଲମ୍ୱିତ ବି କରିଛନ୍ତି।

Related posts