ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ

Published: Feb 18, 2019, 11:16 am IST

ପୁଲୱାମା ଆତଙ୍କୀ ହମଲାର ତିନି ଦିନ ପରେ ପାକିସ୍ତାନରେ ସେନା କନଭୋୟ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ବେଲୁଚିସ୍ତାନର ଚୀନ୍ ପାକିସ୍ତାନ ଇକୋନୋମିକ୍ କରିଡର ନିକଟରେ ଏହି ବିସ୍ଫୋରଣ ହୋଇଛି। ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ ଓ ବେଲୁଚ୍ ରିପବ୍ଲିକାନ୍ ଗାର୍ଡ। ସାଉଦି ଆରବ ରାଜା ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପାକିସ୍ତାନରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଏହି ବିସ୍ଫୋରଣ ହୋଇଥିଲା। ଦୁଇ ଦିନିଆ ଗସ୍ତରେ ଆସି ଇସଲାମାବାଦରେ ପହଞ୍ଚିଛନ୍ତି ସାଉଦି ଆରବ ରାଜା ପ୍ରିନ୍ସ ମହମ୍ମଦ ବିନ ସଲମାନ।

Related posts