କୁଳଭୂଷଣ ମାମଲାରେ ଆଜିଠୁ ICJ ଶୁଣାଣି

Published: Feb 18, 2019, 11:34 am IST

ନେଦରଲ୍ୟାଣ୍ଡସର ହଗ୍ ସ୍ଥିତ ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ ଜଷ୍ଟିସରେ ଆଜିଠାରୁ ଭାରତୀୟ କୁଳଭୂଷଣ ଯାଦବ ମାମଲାର ଶୁଣାଣି ହେବ। ଭାରତ ସମେତ ପାକିସ୍ତାନ ପକ୍ଷରୁ ଦସ୍ତାବିଜ ଉପସ୍ଥାପନ କରିବେ। ୨୦୧୬ ଅପ୍ରେଲ୍ ମାସରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଷଡ଼ଯନ୍ତ୍ର ଅଭିଯୋଗରେ ପାକିସ୍ତାନ ସେନା କୋର୍ଟ କୁଳଭୂଷଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ ଜଷ୍ଟିସ। ପାକିସ୍ତାନ ଅଭିଯୋଗ କରିଛି, ୨୦୧୬ରେ କୁଳଭୂଷ ଇରାନ୍ ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ। ତାଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଥିଲା।

Related posts