କଂଗ୍ରେସର ହାତ ଧରିଲେ କୀର୍ତ୍ତି

Published: Feb 18, 2019, 12:57 pm IST

କ୍ରିକେଟରରୁ ରାଜନେତା ପାଲଟି ଥିବା କୀର୍ତ୍ତି ଆଜାଦ୍ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। କିଛି ଦିନ ତଳେ କୀର୍ତ୍ତି ବିଜେପିରୁ ନିଲମ୍ବିତ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ବିହାରର ଦରଭଙ୍ଗାରୁ ଜିତି ଲୋକସଭାକୁ ଯାଇଥିଲେ। ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଆଜି ସକାଳେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଏନେଇ କିଛି ଫଟୋ ମଧ୍ୟ ନିଜ ଟ୍ୱିଟର ପେଜ୍‌ରେ ପୋଷ୍ଟ୍ କରିଛନ୍ତି ଓ ମିଥିଲା ପରମ୍ପରା ଅନୁଯାୟୀ ରାହୁଲ ଗାନ୍ଧିଙ୍କୁ ସମ୍ମାନିତ କରିଥିବା କହିଛନ୍ତି। ଗତ ସପ୍ତାହରେ କୀର୍ତ୍ତି ଆଜାଦ କଂଗ୍ରେସରେ ଯୋଗ ଦେବାର ଥିଲା। ହେଲେ ପୁଲ୍‌ୱାମାରେ ଆତଙ୍କବାଦୀ ହମ୍‌ଲା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ସେ ୧୮ ତାରିଖରେ କଂଗ୍ରେସରେ ଯୋଗଦେବେ ବୋଲି  ଟ୍ଵିଟ୍‌ କରିଥିଲେ ।

Related posts