କାଶ୍ମୀର ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଫୁଲ୍‌ୱାମା ଭଳି ଆତଙ୍କବାଦୀ ଆକ୍ରମଣ ଜାରି ରହିବ : ଫାରୁକ୍‌ ଅବଦୁଲ୍ଲା

Published: Feb 18, 2019, 1:43 pm IST

ନ୍ୟାଶନାଲ କନଫରେନ୍ସର ନେତା ଫାରୁକ୍‌ ଅବଦୁଲ୍ଲା ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପୁଲୱାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ  ବୟାନ ଦେଇ ଫାରୁକ୍‌ କହିଛନ୍ତି ଯେପର୍ଯ୍ୟନ୍ତ କଶ୍ମୀର ସମସ୍ୟାର ସମାଧାନ ହୋଇ ନାହିଁ ସେ ପର୍ଯ୍ୟନ୍ତ ପୁଲୱାମା ଭଳି ଆତଙ୍କବାଦୀ ଆକ୍ରମଣ ଜାରି ରହିବ। କାଶ୍ମୀରରେ ଉପୁଜିଥିବା ସମସ୍ୟା ବନ୍ଧୁକ ମୁନରେ ସମାଧାନ ହେବନାହିଁ କହିବା ସହିତ ଏହାପାଇଁ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଫାରୁକ୍‌ କହିଥିଲେ ।  ସୂଚନାଯୋଗ୍ୟ, ଗତ ଗୁରୁବାର ଅର୍ଥାତ୍‌ ୧୪ ଫେବୃୟାରୀରେ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଥିବା ବେଳେ ଏହା ଦେଶର ସୁରକ୍ଷା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା।

Related posts