ତୁତିକୋରିନ୍‌ ଷ୍ଟେରାଇଲ୍‌ କାରଖାନା : ଏନ୍‌ଜିଟିର ଆଦେଶକୁ ଅଗ୍ରାହ୍ୟ କଲେ ସୁପ୍ରିମ୍‌କୋର୍ଟ

Published: Feb 18, 2019, 4:29 pm IST
Supremecourt dismisses the application to investigate the conspiracy behind Pulwama attack

ତାମିଲନାଡୁର ତୁତିକୋରିନ୍‌ଠାରେ ଥିବା ଷ୍ଟେରାଇଲ୍‌ କାରଖାନା ବନ୍ଦ ରହିବ ବୋଲି ସୁପ୍ରିମ୍‌ କୋର୍ଟ ସୋମବାର ଦିନ କହିଛନ୍ତି । ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଆଦେଶକୁ ଅଗ୍ରାହ୍ୟ କରି ଶୀର୍ଷ ଅଦାଲତ କହିଛନ୍ତି ଯେ କାରଖାନା ଖୋଲିବା ନିମନ୍ତେ ଆଦେଶ ଦେବା ଟ୍ରିବ୍ୟୁନାଲ୍‌ର ସୀମା ବାହାରର କଥା । ଷ୍ଟେର୍‌ଲାଇଟ୍‌ ୟୁନିଟ୍‌ ବନ୍ଦ ହେବା ବିପକ୍ଷରେ ଗତ ବର୍ଷ ମେ ମାସରେ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ପୁଲିସ ଗୁଳି ଚଳାଇବାରୁ ୧୩ ଜଣ ପ୍ରତିବାଦକାରୀ ମୃତ୍ୟୁବରଣ କରିଥିଲେ । ଏହାର ଛଅ ଦିନ ପରେ ସେ କାରଖାନାକୁ ସବୁଦିନ ଲାଗି ବନ୍ଦ କରିବା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ତାମିଲନାଡୁ ସରକାର ଆଦେଶ ଦେଇଥିଲେ । ଗତ ନଭେମ୍ବରରେ ଏନଜିଟି ଏହାକୁ ପୁନଃଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଯାହା ବିରୁଦ୍ଧରେ ରାଜ୍ୟ ସରକାର ଶୀର୍ଷ ଅଦାଲତରେ ଅପିଲ୍‌ କରିଥିଲେ ।

Related posts