Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଥରେ ସାଥ୍‌ ସାଥ୍‌ ବିଜେପି ଓ ଶିବସେନା
ଆଜିର ଖବର

ପୁଣି ଥରେ ସାଥ୍‌ ସାଥ୍‌ ବିଜେପି ଓ ଶିବସେନା

February 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଜେପି ଓ ମୋଦି ସରକାର ବିରୋଧରେ ମୋର୍ଚ୍ଚା ଉଠାଇଥିବା ଶିବସେନା ଏବେ ୟୁ ଟର୍ଣ୍ଣ ନେଇଛି । ମିଳିଥିବା ସୂଚନା ଅନୁସାରେ ଆଗାମୀ ନିର୍ବାଚନ ପାଇଁ ଏହି ଦୁଇ ପାର୍ଟି ୪୮ ଆସନକୁ ନେଇ ବୁଝାମଣା କରିଛନ୍ତି । ବିଜେପି ୨୫ ସିଟ୍‌ ଓ ଶିବସେନା ୨୩ ସିଟ୍‌ରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । କିନ୍ତୁ ଏବେବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଟିକିଏ କେଞ୍ଚ ରହିଛି । ପୂର୍ବରୁ ଶିବସେନା ତଥା ସହଯୋଗୀ ଦଳକୁ ବିଜେପି ଟିକିଏ ଅଣଦେଖା କରୁଥିଲା । କିନ୍ତୁ ନିକଟରେ ସମାପ୍ତ ହୋଇଥିବା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼  ନିର୍ବାଚନରେ ବିଜେପିର ପରାଜୟ ପରେ ବର୍ତ୍ତମାନ ବିଜେପି ତା’ର ସହଯୋଗୀ ଦଳଙ୍କ ପ୍ରତି ବିଶେଷ ଆଗ୍ରହ ଦେଖାଉଥିବାର ଜଣାପଡିଛି । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସମୟରେ ଦୁହିଁଙ୍କ ମେଣ୍ଟ ଭାଙ୍ଗିଯାଇଥିଲା । ବିଜେପି ଅଧିକ ସିଟ୍‌ ଜିତି ସରକାର ଗଢିଥିଲା । ଏହାପରଠାରୁ ଦୁଇ ଦଳଙ୍କ ଭିତରେ ଦୂରତା ବେଶ୍‌ ପରିଲକ୍ଷିତ ହେଉଥିଲା । ୨୦୧୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ୨୩  ଓ ଶିବସେନା ୧୮ଟି ସିଟ୍‌ ପାଇଥିଲେ । ବିଧାନସଭା ନିର୍ବାଚନରେ ବିଜେପି ୧୨୨ ଓ ଶିବସେନା ୬୩ଟି ସିଟ୍‌ ପାଇଥିଲେ । ତେବେ ବିଜେପି-ଶିବସେନା ମିଳିତ ଭାବେ ୨୦୧୯ ସାଧାରଣ ନିର୍ବାଚନକୁ ଓହ୍ଲାଇବେ । ଆଜି ସନ୍ଧ୍ୟାରେ ଔପଚାରିକ ଭାବେ ଏହା ଘୋଷଣା ହେବ ବୋଲି ଦୁଇ ଦଳ ପକ୍ଷରୁ ସୂଚନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବଦଳି, ଶେଷ ଫୋନ୍ କଲ୍ ଓ ରହସ୍ୟମୟ ମୃତ୍ୟୁ: ବିୟୁଟି ମହାନ୍ତି ମୃତ୍ୟୁ ଘଟଣାରେ ବଢ଼ୁଛି ପ୍ରଶ୍ନ

July 4, 2026

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ହେବେ ମୁତୟନ

July 4, 2026

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

July 4, 2026
Latest News

ବଦଳି, ଶେଷ ଫୋନ୍ କଲ୍ ଓ ରହସ୍ୟମୟ ମୃତ୍ୟୁ: ବିୟୁଟି ମହାନ୍ତି ମୃତ୍ୟୁ ଘଟଣାରେ ବଢ଼ୁଛି ପ୍ରଶ୍ନ

July 4, 2026

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ହେବେ ମୁତୟନ

July 4, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ପ୍ରତି ଆତଙ୍କୀ ସଂଗଠନକୁ ଲୋପ କରିବାକୁ ମୋଦୀ ସରକାର ପ୍ରତିବଦ୍ଧ: ଅମିତ ଶାହ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.