ସାଂସ୍କୃତିକ ଶାନ୍ତି ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଟାଗୋର ଆୱାର୍ଡ ପ୍ରଦାନ

Published: Feb 18, 2019, 7:24 pm IST

ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଂସ୍କୃତିକ ଶାନ୍ତି ପାଇଁ ଶ୍ରୀ ରାଜକୁମାର ସିଙ୍ଘାଜିତ ସିଂହ , ଛାୟାନଉତ (ବଙ୍ଗଳାଦେଶ ର ଏକ ସଂସ୍କୃତିକ ଅନୁଷ୍ଠାନ ) ଏବଂ ଶ୍ରୀ ରାମ ସୁତାର ଭଞ୍ଜୀଙ୍କୁ ଯଥାକ୍ରମେ ବର୍ଷ ୨୦୧୪, ୨୦୧୫ ଏବଂ ୨୦୧୬ ଲାଗି ଟାଗୋର ଆୱାର୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମଧ୍ୟ ଉପସ୍ଥିତ ଥିଲେ ଏବଂ ପ୍ରବାସୀ ଭାରତୀୟ କେନ୍ଦ୍ର ରେ ଉପସ୍ଥିତ ଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଟାଗୋର ଆୱାର୍ଡ ଭାରତ ସରକାରଙ୍କ ଦ୍ଵାରା ପ୍ରତିଷ୍ଠା କରଯାଇଥିଲା । ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ କାର୍ଯ୍ୟ ଏବଂ  ପ୍ରତିଦାନକୁ ମନେ ରଖିବା ପାଇଁ ୨୦୧୨ ମସିହାରୁ ତାଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସାଂସ୍କୃତିକ ଶାନ୍ତି ମୂଲ୍ୟବୋଧକୁ ପ୍ରସାର କରିବା ପାଇଁ ଏହି ଆଓ୍ୱାର୍ଡ ପ୍ରଦାନ କରାଯାଉଛି । ଏହି ପୁରସ୍କାରରେ ଏକ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ।

Related posts