ପୁଲୱାମା ଏନକାଉଣ୍ଟର: ୧୮ ଘଣ୍ଟା ଅପରେସନରେ ୩ ଆତଙ୍କୀ ସଫା

Published: Feb 19, 2019, 10:48 am IST

ଜମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲା ପିଙ୍ଗନଲରେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ୧୮ ଘଣ୍ଟା ଧରି ଚାଲିଥିଲା ଅପରେସନ୍। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ରହିଛି ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ସହଯୋଗୀ କାମରନ୍। କୁହାଯାଉଛି, ସେ ଥିଲା ଗତ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ। ତାକୁ ଖୋଜୁଥିଲା କାଶ୍ମୀର ପୋଲିସ। କାମରନ୍ ପୁଲୱାମା, ତ୍ରାଲ୍ ଓ ଅବନ୍ତିପୁରା ଅଞ୍ଚଳରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଏରିଆ କମାଣ୍ଡର ଥିଲା। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେନାର ଜଣେ ମେଜରଙ୍କ ସମେତ ୫ଜଣ ସହିଦ ହୋଇଛନ୍ତି। ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। କିଛି ପୋଲିସ ଓ ସେନା ଅଧିକାରୀ ଓ କର୍ମଚାରୀ ଆହତ ବି ହୋଇଛନ୍ତି।

Related posts