ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ତରକାରୀରେ ଖସିପଡ଼ି ୩ ବର୍ଷର ଶିଶୁ ମୃତ

Published: Feb 4, 2020, 10:23 am IST

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ମିର୍ଜାପୁର ନିକଟ ଲାଲଗଞ୍ଜ ଥାନା ଅନ୍ତର୍ଗତ ଉତରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ତରକାରୀରେ ତିନି ବର୍ଷର ଶିଶୁ କନ୍ୟା ପଡ଼ିଯାଇ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ଏହି ଘଟଣାରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସେହିଭଳି ସମ୍ପୃକ୍ତ ପାଚିକାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି। ରୋଷେଇ ସମୟରେ ରୋଷେୟା ଜଣକ ମୋବାଇଲରେ ବ୍ୟସ୍ତ ଥିବାବେଳେ ଝିଅଟି ତରକାରୀ ହାଣ୍ଡିକୁ ଖସି ପଡିଥିଲା। ଶିଶୁଟିକୁ ଉଦ୍ଧାର କରାଯାଇ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଟାଇଥିଲା। ଅବସ୍ଥା ଗୁରୁତର ଥିବାର ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଶିଶୁ କନ୍ୟାଟିକୁ ମୃତ ଘୋଷଣା କରିଥିଲେ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷାଅଧିକାରୀ କହିଛନ୍ତି। ନଭେମ୍ବର ମାସରେ ଆନ୍ଧ୍ରପ୍ରଦେଶର କୁର୍ନୁଲ୍‌ ଜିଲ୍ଲାରେ ମଧ୍ୟ ଏହିପରି ଏକ ଘଟଣା ଘଟିଥିଲା। ଗରମ ସମ୍ବର କଣ୍ଟେନର ଭିତରେ 6 ବର୍ଷୀୟ ଶିଶୁ ପଡି ଯାଇ ମୃତ୍ୟୁବରଣ କରିଥିଲା।(ଏଜେନ୍ସି)

Related posts