Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାମିଲନାଡୁରେ ଏଆଇଏଡିଏମକେ ସହ ମେଣ୍ଟ କରିବ ବିଜେପି !
ଆଜିର ଖବର

ତାମିଲନାଡୁରେ ଏଆଇଏଡିଏମକେ ସହ ମେଣ୍ଟ କରିବ ବିଜେପି !

February 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିର୍ବାଚନ ଯେତିକି  ପାଖେଇ ଆସୁଛି ରାଜନୀତି ଦଳମାନଙ୍କ ମଧ୍ୟରେ ସେତିକି ମେଣ୍ଟପ୍ରତି ଆଗ୍ରହ ବଢି ବଢି ଯାଉଛି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ସବୁଦଳ ନିଜ ନିଜର ମିତ୍ର ଖୋଜିବାରେ ଲାଗିପଡିଛନ୍ତି।   ଦକ୍ଷିଣ ଭାରତରେ ସହଯୋଗୀ ସନ୍ଧାନରେ ଥିବା ବିଜେପିକୁ ଏଆଇଏଡିଏମକେର ସମର୍ଥନ ମିଳିପାରେ ବୋଲି ସୂଚନା ରହିଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି-ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ହେବା ନେଇ ଆଜି ହୋଇପାରେ ବିଧିବଦ୍ଧ ଘୋଷଣା। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ତାମିଲନାଡୁ ବିଜେପି ପ୍ରଭାରୀ ପୀୟୁଷ ଗୋୟଲ ତାମିଲନାଡୁ ଆସୁଛନ୍ତି। ସେମାନେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପିଲାନୀସାମୀ ଓ ଉପମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ପରେ ଦୁଇ ଦଳ ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ଏକାକୀ ମୈଦାନକୁ ଓହ୍ଲାଇଥିଲା ଏଆଇଏଡିଏମକେ। ୩୯ଟି ଆସନରୁ ଏକାକୀ ପୋଛି ନେଇଥିଲା ୩୭ଟି ସିଟ୍। ଗତକାଲି ମହାରାଷ୍ଟ୍ରରେ ଶିବସେନା ସହ ୪୮ଟି ଲାେକସଭା ଆସନରେ ଶିବସେନା ୨୩ ଓ ବିଜେପି ୨୫ଟି ଆସନରେ ବୁଝାମଣା କରିଥିବାବେଳେ ବିଧାନସଭାର ୨୮୮ଟି ଆସନରୁ ଉଭୟ ୫୦/୫୦ ସିଟ୍‌ରେ ଲଢିବେ ବୋଲି ଘୋଷଣା କରିଛନ୍ତି । ତେବେ ଆଗାମୀ ନିର୍ବାଚନ ପାଇଁ ବିଜେପି ତା’ର ସହଯୋଗୀ ଦଳ ପ୍ରତି ବିଶେଷ ଭାବରେ ଧ୍ୟାନ  ଦେବାରେ ଲାଗିପଡିଛି । ତେବେ ମିଳିଥିବା ଏକଜିଟ୍‌ ପୋଲ୍‌ ତଥ୍ୟ ଆଧାରରେ ବିଜେପି ଚଳିତ ନିର୍ବାଚନରେ ତା’ର ମ୍ୟାଜିକ୍‌ ନମ୍ବର ଛୁଇଁ ନ ପାରିବାର ଆକଳନ କରାଯାଇଛି । ଏହି ପରିସ୍ଥିତିରେ ବିଜେପି  ମେଣ୍ଟ ଜରିଆରେ ପୁଣି ଥରେ କ୍ଷମତାକୁ ଆସିବା ପାଇଁ ରାଜନୈତିକ ଚାଲ୍‌ ପ୍ରସ୍ତୁତ କରିଚାଲିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.