ଭାରତୀୟ ସେନାର ଚେତାବନୀ: ବନ୍ଧୁକ ଉଠାଇଲେ ଗୁଳି ଖାଇବ

Published: Feb 19, 2019, 1:07 pm IST

ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ତା’ପରେ ହୋଇଥିବା ଏନକାଉଣ୍ଟରକୁ ନେଇ ଆଜି ସୁରକ୍ଷାବଳଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କୁ କଡା ସନ୍ଦେଶ ଦେଇଛି ଭାରତୀୟ ସେନା ।  କୋର୍ କମାଣ୍ଡର ଲେଫ୍ଟିନାଣ୍ଟ ଜେନେରାଲ କେଜିଏସ୍ ଢ଼ିଲ୍ଲୋଁନ ସୂଚନା ଦେଇଛନ୍ତି କି, ସୁରକ୍ଷାବଳ ୧୦୦ ଘଣ୍ଟା ଭିତରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ କାମରାନକୁ ମାରିଛି । ସେ ପଥର ଫିଙ୍ଗାଳୀଙ୍କୁ ବି ଚେତାବନୀ ଦେଇଛନ୍ତି । ଜାମ୍ମୁ-କାଶ୍ମୀରର ମହିଳାଙ୍କୁ ଅପିଲ କରି କହିଛନ୍ତି କି, ସେ ନିଜ ପିଲାଙ୍କୁ ବୁଝାନ୍ତୁ ଓ ଆତଙ୍କବାଦର ରାସ୍ତା ଛାଡ଼ି  ଆତ୍ମସମର୍ପଣ କରିବାକୁ କୁହନ୍ତୁ ।  ଏବେ ଯିଏ ବି ସେନା ବିରୁଦ୍ଧରେ ବନ୍ଧୁକ ଉଠାଇବ, ତାକୁ ମାରିଦିଆଯିବ । ସେନା କୌଣସି ନାଗରିକଙ୍କୁ ଆହତ କରିବାକୁ ଚାହୁଁନାହାନ୍ତି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପଛରେ ଆଇଏସଆଇର ହାତ ଥିଲା, ତା ସାହାଯ୍ୟରେ ଜୈଶ ଆକ୍ରମଣ କରିଥିଲା ବୋଲି ସେନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ସେନାର ଅପରେସନ୍ ଅଲଆଉଟ୍ ଆଗରେ ବଡ ସମସ୍ୟା ହୋଇ ରହିଛି ପଥର ଫିଙ୍ଗାଳୀ । ଘାଟିରେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେନା ଉପରକୁ ପଥର ମାଡ କରୁଥିବା ଯୁବକ । ତେବେ ବିଚ୍ଛିନ୍ନତାବାଦୀ ନେତାଙ୍କ ଇସାରାରରେ ଘାଟିରେ ଏଭଳି ପଥରମାଡ ହେଉଛି ବୋଲି ଅଭିଯୋଗ ହେଉଛି ।

Related posts