Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ଜଣ ଭାରତୀୟ ବିପଦମୁକ୍ତ
ଆଜିର ଖବର

ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ଜଣ ଭାରତୀୟ ବିପଦମୁକ୍ତ

February 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ୬ ଫେବୃଆରୀ ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ ।

ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ ରକ୍ତନମୁନା ନେଗେଟିଭ ବାହାରିଛି । ସେମାନେ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ଥିବା ସ୍ପଷ୍ଟ ହୋଇଛି। ଏହାବାଦ ୫୧୦ଟି ନମୁନା ଆଇସିଏମଆରର ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିବା ବେଳେ କେବଳ ତିନୋଟି ପଜିଟିଭକୁ ବାଦ ଦେଲେ ଅନ୍ୟସବୁ ନେଗେଟିଭ ଆସିଛି । ତିନି ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଜରିଆରେ ୬୫୫୮ ଲୋକଙ୍କର ଗୋଷ୍ଠୀ ନିରୀକ୍ଷଣ ଓ ଯାଂଚ କରାଯାଇଛି । ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୬ ଫେବୃଆରୀ, ୨୦୨୦ରେ ଯୁଗ୍ମ ଅନୁଧ୍ୟାନ ଗୋଷ୍ଠୀ (ଜେଏମଜି)ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆବଶ୍ୟକ ଯାଂଚ ଅବଧି ବୃଦ୍ଧି ଆଦି ସମେତ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ୟ କେନ୍ଦ୍ର ମନ୍ତ୍ରଣାଳୟ ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ଭାରତରେ ନୋଭେଲ କରୋନା ଭୂତାଣୁ ନିରାକରଣ ଦିଗରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିଛି ।

ଜ୍ୱର, କଫ ଓ ନିମୋନିଆର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି । କରୋନା ଭୂତାଣୁ ୨୦୧୯ ସମ୍ପର୍କରେ ଅନ୍ୟ କୌଣସି ବୈଷୟିକ ସୂଚନା ପାଇଁ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ +୯୧-୧୧-୨୩୯୭୮୦୪୬ କିମ୍ବା ଇମେଲ ncov2019@gmail.com ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026
Latest News

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.