ଆଜି ଦେଖିବାକୁ ମିଳିବ ସ୍ନୋ ମୁନ୍‌

Published: Feb 19, 2019, 4:21 pm IST

ଆଜି ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଯାହାକୁ ସ୍ନୋ ମୁନ୍ବା ତୁଷାର ଜହ୍ନ ବୋଲି କୁହାଯାଉଛି । ଅନ୍ୟ ଦିନଠାରୁ ଏହି ଜହ୍ନ ଅଧିକ ଉଜ୍ଜ୍ୱଳ ଓ ଆକୃତିରେ ବଡ଼ ଦେଖାଯିବ । ଆଜି ସନ୍ଧ୍ୟାରେ ଏହି ବିରଳ ଦୃଶ୍ୟକୁ ଦେଖିହେବ । ଯେହେତୁ ଆଜି ଚନ୍ଦ୍ର ପୃଥିବୀ ଆଡ଼କୁ ଢଳିବ ତେଣୁ ଆଜି ପୂର୍ଣ୍ଣ ଏବଂ ବୃହତ ଆକାରର ଚନ୍ଦ୍ରକୁ ଦେଖିପାରିବେ । ଏପରି ଦୃଶ୍ୟ ଡିସେମ୍ବର ୨୦୨୬ରେ ମଧ୍ୟ ଦେଖାଯିବ ବୋଲି ସୂଚନା ରହିଛି । ଆଜିର ଜହ୍ନ ୧୪ ପ୍ରତିଶତ ବଡ଼ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ । ବର୍ଷର ଏହି ସମୟରେ ଚନ୍ଦ୍ର ପୃଷ୍ଠରେ ଅଧିକ ମାତ୍ରାରେ ତୁଷାରପାତ ହେଉଥିବାରୁ ଆଜି ଚନ୍ଦ୍ର ଏମିତି ରୂପ ଧାରଣ କରିବ । ସନ୍ଧ୍ୟା ପରଠାରୁ ଭାରତରେ ଅନେକ ସ୍ଥାନରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ତେବେ ସମୟ ରାତି ୯ଟା ୩୦ ସୁଦ୍ଧା ଚନ୍ଦ୍ର ବୃହତ ଆକାରରେ ଦୃଶ୍ୟମାନ ହେବ । ଗତ ବର୍ଷ ଜୁଲାଇ ମାସରେ ଶତାବ୍ଦୀର ବିରଳ ବ୍ଲଡ୍‌ ମୁନ୍‌ଦୃଶ୍ୟମାନ ହୋଇଥିଲା । ଏହା ଏକ ଘଣ୍ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ ଦେଖାଯାଇଥିଲା ।

Related posts