ରାଜ୍ୟସଭାରେ ଉଠିଲା ମହାନଦୀ ପ୍ରସଙ୍ଗ : ଓଡିଆରେ ବିବୃତ୍ତି ରଖିଲେ ଡ.ସସ୍ମିତ ପାତ୍ର

Published: Feb 7, 2020, 6:02 pm IST

ନୂଆଦିଲ୍ଲୀ : ଆଜି ରାଜ୍ୟସଭାର ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସସ୍ମିତ ପାତ୍ର ଓଡ଼ିଆରେ ବିବୃତ୍ତି ରଖିଛନ୍ତି ଡ. ପାତ୍ର । ମାତୃଭାଷାରେ ଡ. ପାତ୍ର ବିବୃତ୍ତି ରଖିଥିବାରୁ ଭେଙ୍କେୟା ନାଇଡୁ ଖୁସି ପ୍ରକାଶ କରିବା ସହିତ ଉତ୍ତମ କହୁଛି ବୋଲି କହିବା ସହିତ ଧନ୍ୟବାଦ ଆପ୍‌କୋ ବୋଲି କହିଛନ୍ତି ଉପସଭାପତି ଭେଙ୍କେୟା ନାଇଡୁ ।

ସସ୍ମିତ ପାତ୍ର ରାଜ୍ୟରେ ମହାନଦୀ ପ୍ରସଙ୍ଗ ଉଠାଇ ଛତିଶଗଡ ପକ୍ଷରୁ ବେଆଇନ ବ୍ୟାରେଜ୍‌ ପ୍ରସଙ୍ଗକୁ ମଧ୍ୟ ଆଲୋଚନା କରିଛନ୍ତି । ଓଡ଼ିଶା ଜଳ ପାଇଁ ସଂଘର୍ଷ କରୁଥିବାବେଳେ ବେଆଇନ ବ୍ୟାରେଜ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି ବୋଲି କହିଛନ୍ତି ଡ. ପାତ୍ର । ସେହିପରି ପୋଲାଭରମ୍‌ ସମ୍ପର୍କରେ ମତ ରଖି ଏଥି ଯୋଗୁଁ 6 ହଜାର ଆଦିବାସୀ ପ୍ରଭାବିତ ହେବେ ବୋଲି କହିଛନ୍ତି ଡ. ପାତ୍ର । କେନ୍ଦ୍ର ସରକାର ତୁରନ୍ତ ଏହା ସମ୍ପର୍କରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ସସ୍ମିତ  ପାତ୍ର ।

Related posts