ସିଦ୍ଧୁଙ୍କୁ କଟାକ୍ଷ କଲେ ଦିଗ୍‌ବିଜୟ

Published: Feb 19, 2019, 7:23 pm IST

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କଟାକ୍ଷ କରିଛନ୍ତି । ଦିଗ୍‌ବିଜୟ ସିଦ୍ଧୁଙ୍କୁ କହିଛନ୍ତି, ‘ତୁମ ଇମ୍ରାନ ଭାଇଙ୍କୁ ବୁଝାଅ, କାରଣ ତାଙ୍କ ପାଇଁ ତୁମକୁ ଲୋକେ ଗାଳି କରୁଛନ୍ତି’ ଇମ୍ରାନ୍‌ ଖାନ୍‌ଙ୍କୁ ଉପଦେଶ ଦେଇ ଦିଗ୍‌ବିଜୟ କହିଛନ୍ତି ଯେ ପାକିସ୍ତାନରେ ଥିବା ଆତଙ୍କବାଦୀ ହାଫିଜ ଶୟିଦ ଓ ମସୁଦ ଅଜହରଙ୍କୁ ଭାରତକୁ ହସ୍ତାନ୍ତର କରିଦେବା ଦ୍ୱାରା ପାକିସ୍ତାନର କେବଳ ଆର୍ଥିକ ସ୍ଥିତି ସୁଧୁରି ଯିବନି ତାସହ ପାକିସ୍ତାନ ନୋବୋଲ ଶାନ୍ତି ପୁରସ୍କାରର ପ୍ରବଳ ଦାବିଦାର ହୋଇପାରିବ ।

Related posts