ଏୟାର ଶୋ’ ବେଳେ ୨ ସୂର୍ଯ୍ୟକିରନ୍‌ ଏୟାର୍‌କ୍ରାପ୍ଟ ମଧ୍ୟରେ ଦୁର୍ଘଟଣା

Published: Feb 19, 2019, 7:36 pm IST

ବେଙ୍ଗାଲୁରୁଠାରେ ଚାଲିଥିବା ଏୟାର ଶୋସମୟରେ ୟେଲାହାଙ୍କା ଏୟାରବେସ୍‌ରୁ ଉଡ଼ାଣ ଭରିଥିବା ୨ଟି ସୂର୍ଯ୍ୟକିରନ୍‌ ଏୟାରକ୍ରାଫ୍ଟ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ମଙ୍ଗଳବାର ଏୟାର ଶୋଅବସରରେ ଏହି ଦୁଇ ଏୟାରକ୍ରାଫ୍ଟ ସମନ୍ୱୟ ରକ୍ଷା କରିନପାରି ପରସ୍ପର ମଧ୍ୟରେ ମାଡ଼ ହୋଇଯାଇଥିଲେ। ଏହି ଦୁର୍ଘଟଣା ସମୟରେ ୩ଜଣ ପାଇଲଟ ଏୟାରରେ ଥିଲେ। ସେ ଟ୍ୱିଟ୍‌ କରିଛନ୍ତି, ଦୁର୍ଘଟଣାଗ୍ରସ୍ତ ଗୋଟିଏ ଏୟାରକ୍ରାଫ୍ଟରେ ୨ଟି ଯାକ ସିଟ୍‌ରେ ୨ ଜଣ ପାଇଲଟ୍‌ ଥିଲେ। ସୂଚନାଯୋଗ୍ୟ ଯେ, ପାଇଲଟ୍‌ମାନେ ସୁରକ୍ଷିତ ଅଛନ୍ତି ।

Related posts