ଭାରତ-ପାକ୍‌ ବିଶ୍ୱକପ୍‌ ମ୍ୟାଚରେ ପରିବର୍ତ୍ତନ ନାହିଁ: ଆଇସିସି

Published: Feb 20, 2019, 11:42 am IST

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଉପରେ ପ୍ରତିକ୍ରିୟା ରଖିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି। ଆଇସିସି ସିଇଓ ରିଚାର୍ଡସନ୍‌ କହିଛନ୍ତି, ଭାରତ-ପାକିସ୍ତାନ ଖେଳ ସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଭାରତ ବିଶ୍ୱକପରେ ପାକିସ୍ତାନକୁ ବୟକଟ କରିବା ଉପରେ ମତ ରଖିଥିଲେ ହରଭଜନ ସିଂହ। ଆସନ୍ତା ମେ ୩୦ ତାରିଖରୁ ଆରମ୍ଭ ହେବ ପୁରୁଷ ବିଶ୍ୱକପ୍‌ କ୍ରିକେଟ। ଜୁନ୍‌ ୧୬ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ହେବ। କିନ୍ତୁ ଦେଶର କ୍ରିକେଟପ୍ରେମୀ ଏହି ମ୍ୟାଚକୁ ନଖେଳିବା ପାଇଁ ସଂକେତ ଦେଇଛନ୍ତି । କ୍ରିକେଟ ଖେଳ ହେଉଛି ଏକ ଶାନ୍ତି ଆଉ ବନ୍ଧୁତା ସୃଷ୍ଟି କରିବାର ମାଧ୍ୟମ, କିନ୍ତୁ ପାକିସ୍ତାନ ଆତଙ୍କବାଦୀ ମାଧ୍ୟମରେ ହିଂସାକୁ ଆପଣାଇ ଭାରତରେ ଅସ୍ଥିରତା ସୃଷ୍ଟି କରୁଛି । ଭାରତ ସରକାର ପାକିସ୍ତାନ ଉପରେ ଧୀରେ ଧୀରେ କଠୋର ହେବାରେ ଲାଗିଛି, ଦେଖାଯାଉ ଭାରତ ସରକାର ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଖେଳିବା ପାଇଁ ଅନୁମତି ଦେଉଛି ନା ନାହିଁ ।

Related posts