ଭାରତରେ ସାଉଦି ଆରବ ଯୁବରାଜ

Published: Feb 20, 2019, 2:16 pm IST

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ସାଉଦି ଆରବ ଫ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌। ପ୍ରୋଟୋକଲ୍‌ ଭାଙ୍ଗି ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହମ୍ମଦ ବିନ୍‌ ସଲମାନଙ୍କ ଏହି ଗସ୍ତ ସମୟରେ ପ୍ରତିରକ୍ଷା ସମେତ ପାଖାପାଖି ୫ଟି ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷରିତ ହେବା କାର୍ଯ୍ୟକ୍ରମ ରହିଛି। ପାକିସ୍ତାନ ଗସ୍ତ ସାରି ଭାରତ ଆସିଛନ୍ତି ସାଉଦି ଆରବ ଯୁବରାଜ। ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସାଉଦି ଆରବର ସମର୍ଥନ ଲୋଡୁଛି। ଏଭଳି ସ୍ଥିତିରେ ମହମ୍ମଦ ବିନ୍‌ ସଲମାନଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି।

Related posts