ଜାତିସଂଘରେ ମାସୁଦ ଉପରେ ବ୍ୟାନ ପ୍ରସ୍ତାବ ଆଣିବ ଫ୍ରାନ୍ସ

Published: Feb 20, 2019, 2:19 pm IST

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ କୁଟନୈତିକ ସ୍ତରରେ ମିଳିଛି ବଡ଼ ସମର୍ଥନ। ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଜାତିସଂଘରେ ପ୍ରସ୍ତାବ ଆଣିବ ଫ୍ରାନ୍ସ। ଆସନ୍ତା ଦିନେ ଦୁଇ ଦିନ ଭିତରେ ଏ ସମ୍ପର୍କୀତ ପ୍ରସ୍ତାବ ଉପସ୍ଥାପନ କରିପାରେ ଫ୍ରାନ୍ସ। ଯେଉଁଥିରେ ମାସୁଦ ଆଝାରକୁ ଆତଙ୍କବାଦୀ ତାଲିକାଭୁକ୍ତ ପାଇଁ ଦାବି କରାଯିବ। ୨୦୧୭ରେ ଆମେରିକା ବ୍ରୀଟେ୍ନ୍‌ ସମର୍ଥନରେ ଜାତିସଂଘରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଉପରେ ପ୍ରତିବନ୍ଧ ଲଗାଇବାକୁ ଦାବି ଉଠାଇଥିଲା। ସେହି ପ୍ରସ୍ତାବ ଉପରେ ରୋକ ଲଗାଇଥିଲା ଚୀନ।

Related posts