ଏରିକ୍‌ସନ ମାମଲା :  ଦୋଷୀ ସାବ୍ୟସ୍ତ ହେଲେ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ସମେତ ଦୁଇ ନିବେଶକ

Published: Feb 20, 2019, 2:23 pm IST

ଏରିକ୍‌ସନ ମାମଲାରେ ଶିଳ୍ପପତି ଅନୀଲ ଅମ୍ବାନୀ ଓ ରିଲାଏନ୍‌ସ କମ୍ୟୁନିକେସନ୍‌ର ଦୁଇଜଣ ନିବେଶକଙ୍କୁ ଅଦାଲତ ଅବମାନନାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅନିଲଙ୍କ ବ୍ୟତୀତ ରିଲାଏନ୍‌ସ ଟେଲିକମ୍‌ର ଅଧ୍ୟକ୍ଷ ସତୀଶ ସେଠ୍‌ ଓ ରିଲାଏନ୍‌ସ ଇନ୍‌ଫ୍ରାଟେଲର ଅଧ୍ୟକ୍ଷା ଛାୟା ବିରାନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନ୍ୟାୟାଳୟ ଆଗାମୀ ୮ ସପ୍ତାହ ମଧ୍ୟରେ ଏରିକସନକୁ ୪୫୩ କୋଟି ଟଙ୍କା ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ନ କଲେ ଅଭିଯୁକ୍ତଙ୍କୁ ଜେଲଦଣ୍ଡ ଦିଆଯିବ ବୋଲି ମଧ୍ୟ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Related posts