କଳାହାଣ୍ଡିରେ ଯୋଗୀ ଆଦିତ୍ୟନାଥ: ପାକିସ୍ତାନ ଉପରେ ବର୍ଷିଲେ

Published: Feb 20, 2019, 4:49 pm IST

ଓଡ଼ିଶା ଗସ୍ତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ । ଛତିଶଗଡ଼ ରାଜଧାନୀ ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଞ୍ଚି କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଯୋଗୀ । ଭାବନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ କର୍ମୀ ସମାବେଶରେ ପ୍ରଥମେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପରେ ଦଳୀୟ ସମାବେଶରେ ଅଭିଭାଷଣ ଦେଇ ସେ ପାକିସ୍ତାନ ଉପରେ ବର୍ଷିଥିଲେ । ସେ କହିଥିଲେ, ଆଜି ପାକିସ୍ତାନ ଓ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଭାରତକୁ ଡରୁଛନ୍ତି । ତେବେ ଆତଙ୍କବାଦ ବିରୋଧରେ ସମସ୍ତେ ମିଳିତ ଭାବେ ଲଢ଼େଇ କରିବା ଦରକାର । ପାକିସ୍ତାନକୁ କଡା ତାଗିଦ କରି ଯୋଗୀ କହିଛନ୍ତି କି, କାଶ୍ମୀରରେ ଭାରତ ବିରୋଧରେ ବନ୍ଧୁକ ଉଠିଲେ ମୃତ୍ୟୁଦଣ୍ଡ ଦିଆଯିବ । ଗୁଳିର ଜବାବ ଗୁଳିରେ ଦିଆଯିବ ବୋଲି ପାକିସ୍ତାନ ଉପରେ ବି ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ ।

Related posts