ଦାବି ପୂରଣ ଲାଗି ଦୀର୍ଘ ୧୮୦ କିଲୋମିଟର କିସାନ ସଭାର ପଦଯାତ୍ରା

Published: Feb 20, 2019, 5:51 pm IST

ଅଲ୍‌ ଇଣ୍ଡିଆ କିସାନ ସଭା (ଏଆଇକେଏସ୍‌) ପକ୍ଷରୁ ନାସିକ୍‌ରୁ ମୁମ୍ବାଇ  ପର୍ଯ୍ୟନ୍ତ ୧୮୦ କିଲୋମିଟର ରାସ୍ତାରେ କୃଷକମାନଙ୍କ ପଦଯାତ୍ରା ବୁଧବାର ଆରମ୍ଭ ହୋଇଛି । ଦାବି ପୂରଣ ଲାଗି ପଦଯାତ୍ରା କରି ରାଜଧାନୀ ମୁମ୍ବାଇ  ଯିବା ଲାଗି ମହାରାଷ୍ଟ୍ରର ୨୩ଟି ଜିଲ୍ଲାର କୃଷକ ବୁଧବାର ନାସିକରେ ଏକାଠି ହୋଇଛନ୍ତି । ଏହି ପଦଯାତ୍ରାରେ ପ୍ରାୟ ୫୦ ହଜାର କୃଷକ ଯୋଗ ଦେବେ ବୋଲି ପୂର୍ବରୁ ଆଶା କରାଯାଉଛି । ଆସନ୍ତା ୨୭ ତାରିଖରେ ଏହି ପଦଯାତ୍ରାକୁ ମହାରାଷ୍ଟ୍ର ବିଧାନସଭା ସମ୍ମୁଖରେ ସମାପ୍ତ କରିବାର ଯୋଜନା ରହିଛି । ଗତବର୍ଷ ମାର୍ଚ ମାସରେ ମଧ୍ୟ କୃଷକମାନେ ନାସିକ୍‌ରୁ ମୁମ୍ବାଇ ପଦଯାତ୍ରା କରିଥିଲେ । ସେ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ୍‌ କୃଷକମାନଙ୍କ ଯେଉଁ ଦାବି ସବୁ ପୂରା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏଯାବତ୍‌ ପୂରା ହୋଇନାହିଁ । କୃଷକମାନଙ୍କୁ ଋଣ ଛାଡ଼, ସର୍ବନିମ୍ନ ସମର୍ଥନ ମୂଲ୍ୟ, ଜଳସେଚନ ସୁବିଧା ଓ କୃଷକମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ଆଦି ଦାବିଗୁଡିକ ରହିଛି ।

Related posts