Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଝାଡୁ ସାମ୍ନାରେ ଫିକା ପଡିଲା ପଦ୍ମ: ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ହ୍ୟାଟ୍ରିକ୍‌
ଜାତୀୟ ଖବର

ଝାଡୁ ସାମ୍ନାରେ ଫିକା ପଡିଲା ପଦ୍ମ: ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ହ୍ୟାଟ୍ରିକ୍‌

February 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଦିଲ୍ଲୀରେ ପୁଣି ବହୁମତ ପାଇ ତୃତୀୟ ଥର ପାଇଁ ଆପ୍‌ ଶାସନ କ୍ଷମତା ଦଖଲ କରିବା ସ୍ପଷ୍ଟ ହୋଇଛି। ବିଜେପିର ଶାହିନ୍‌ବାଗ୍‌ ପ୍ରସଙ୍ଗକୁ ପଛରେ ପକାଇଛି ଆପ୍‌ର ବିକାଶ ପ୍ରସଙ୍ଗ। ଆପ୍‌ ୬୨ ଟି ଆସନରେ ଆଗୁଆ ରହିଥିବା ବେଳେ ବର୍ତ୍ତମାନ ସରକାର ଗଠନ କରିବା କେବଳ ଔପଚାରିକତା ରହିଛି। ଦିଲ୍ଲୀ ନିର୍ବାଚନୀ ଉପରେ ସମସ୍ତଙ୍କ ଆଖି ରହିଥିବାବେଳେ ପୁଣି ଥରେ କେଜ୍ରିଓ୍ବାଲ ଶାସନ କ୍ଷମତାକୁ ଆସିଛନ୍ତି। ୭୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଦିଲ୍ଲୀବାସୀ ଆପ୍‌କୁ ବିଜେତା କରି  ସମଗ୍ର ଦେଶବାସୀଙ୍କୁ  ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଏକତରଫା ପ୍ରଦର୍ଶନ ସହିତ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆପ୍‌ ୬୨ଟି ଆସନରେ ଅଗ୍ରଣୀ ରହିଛି। ଚଳିତ ଦିଲ୍ଲୀ ବିଧାନସଭାରେ ବିଜେପିର ଶାହିନ୍‌ବାଗ୍‌ ରାଜନୀତିକୁ  କେଜ୍ରିଓ୍ବାଲଙ୍କ ବିକାଶ ରାଜନୀତି ମାତ୍‌ ଦେଇଛି। ନିର୍ବାଚନୀ ପ୍ରଚାରରେ ବେଶ୍‌ ଆକ୍ରମକ ପ୍ରଚାର କରିଥିବାବେଳେ ଜନତା ଏହାର ଦୃଢ ଜବାବ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ପରିଣାମ ଏହା ପ୍ରମାଣ କରିଛି ଯେ, ଜନତା ହିଁ ସର୍ବ ନିର୍ଣ୍ଣାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲୋକେ ରାଜନୀତି ନୁହେଁ ବିକାଶକୁ ନିର୍ବାଚିତ କରିଛନ୍ତି। ଆପ୍‌ ସରକାରଙ୍କ ବିକାଶମୁଖୀ ମଡେଲ୍‌କୁ ଦିଲ୍ଲୀବାସୀ ଗ୍ରହଣ କରିଛନ୍ତି। ଅପରପକ୍ଷରେ ଭାରତୀୟ ଜନତା ଦଳ ଦିଲ୍ଲୀରେ ୪୦ରୁ ଅଧିକ ଆସନ ଜିତିବା ନେଇ ଡିଣ୍ଡିମ୍‌ ପିଟୁଥିବା ବେଳେ ମାତ୍ର ୮ଟି ଆସନରେ ଅଗ୍ରଣୀ ରହିଛି। ୨୦୧୫ ନିର୍ବାଚନରେ ମାତ୍ର  ୩ଟି ଆସନ ଜିତିଥିବାବେଳେ ଚଳିତ ଥର ୮ ଟି ଆସନ ପାଇ ଦିଲ୍ଲୀବାସୀଙ୍କ ନିକଟରେ ନିଜକୁ ରଖିପାରିବାର ସାମର୍ଥ୍ୟ ସୃଷ୍ଟି କରିପାରିଛି। ଅପରପକ୍ଷରେ ଦିଲ୍ଲୀ ବିଧାନସଭାରେ କଂଗ୍ରେସର ପରାଜୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଯଦିଓ ନିର୍ବାଚନୀ ପ୍ରଚାରରେ କଂଗ୍ରେସ କୌଣସି ପ୍ରକାରର ନକାରାତ୍ମକ ପ୍ରଚାର ଅଥବା ଆକ୍ରମକ ପ୍ରଚାର କରିନଥିଲା, ତଥାପି ନିଜ ଲକ୍ଷ୍ୟ ତଥା ଭିଜନ୍‌କୁ ଦିଲ୍ଲୀବାସୀଙ୍କ ଆଗରେ ସଫଳ ରୂପେ ରଖିବାର ଫେଲ୍‌ ହୋଇଥିଲା।

ତେବେ ଦିଲ୍ଲୀ ନିର୍ବାଚନର ପରିଣାମକୁ ଦେଖିଲେ ଉଭୟ ତିନିଦଳକୁ ଆତ୍ମସମୀକ୍ଷା କରିବାର ରହିଛି। ଗତଥର ଅପେକ୍ଷାଠାରୁ ବିଜେପି କିଛି ମାତ୍ରାରେ ଉନ୍ନତି କରିଥିବାବେଳେ ଆପ୍‌କୁ ଟିକିଏ ଝଟ୍‌କା ମଧ୍ୟ ଲାଗିଛି। ଦୁଇ ଦୁଇଥର ପ୍ରବଳ ବହୁମତ ପାଇଥିବା ସତ୍ତ୍ବେ ଚଳିତ ଥର ଟିକିଏ ଝଟ୍‌କା ତା‘କୁ ଆଗାମୀ ସମୟରେ  ବଡ ଝଟ୍‌କା ଦେଇପାରେ ବୋଲି କହିବା ଅସମ୍ଭବ ନୁହେଁ। ସେହିପରି ଦିଲ୍ଲୀରେ  ଧରାଶାୟୀ ସାଜିଥିବା କଂଗ୍ରେସ ଦଳ ଭିତରେ ନିଜ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି। ସେହିପରି ବିଜେପି ଦଳ ନିଜ ଭାଷଣ ତଥା ତୁଣ୍ଡରେ ତୁଣ୍ଡି ପକାଇବାର ଆବଶ୍ୟକତା ହୋଇପଡିଛି। ଗଣତନ୍ତ୍ର ରାଷ୍ଟ୍ରରେ ହିଁ ଜନତା ନିର୍ଣ୍ଣାୟକ ଏହାକୁ ସହଜରେ ଗ୍ରହଣ କରିବା ସହିତ ନିଜ ଭାଷଣ ତଥା ବୟାନବାଜି ଉପରେ ସନ୍ତୁଳନ ରକ୍ଷା କରିବା ବିଜେପିର ଏକମାତ୍ର କାର୍ଯ୍ୟ ହେବା ଉଚିତ୍‌। ଅନ୍ୟକୁ ନୀଚ୍ଚ ଦେଖାଇ ତଥା ମିଛର ପ୍ରଚାର କରି ଯେ ବିଜୟ ଅସମ୍ଭବ, ତାହା ଏହି ନିର୍ବାଚନ ପ୍ରମାଣ କରି ଦେଖାଇଛି। (ଏଜେନ୍ସୀ)

 

BJP delhipolls kejriwal
Share. Facebook Twitter LinkedIn Email WhatsApp Copy Link

Related Posts

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.