ମାର୍ଚ୍ଚ 6 ତାରିଖ ପରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ, ନିର୍ବାଚନ କମିଶନରଙ୍କ ପ୍ରସ୍ତୁତି ଆରମ୍ଭ

Published: Feb 21, 2019, 9:09 am IST

ଆସନ୍ତା ୧୫ରୁ ୨୦ ଦିନ ଭିତରେ ବାଜିପାରେ ସାଧାରଣ ନିର୍ବାଚନ ବିଗୁଲ୍‌। ତାରିଖ ଘୋଷଣା କରି ପାରନ୍ତି ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ ୬ ତାରିଖରେ ଶେଷ କ୍ୟାବିନେଟ୍‌ ବୈଠକ ଡାକିଥିବା ସୂଚନା ମିଳିଛି। ଏହିଦିନ ଦେଶର ସବୁ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିକାଶ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ଏହାପରେ ମାଚ୍ର୍ଚ ୭ରୁ ୧୦ ତାରିଖ ଭିତରେ କୌଣସି ଦିନ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଆସନ୍ତା ୨୮ ତାରିଖ ଭିତରେ ସରକାରୀ ଅଧିକାରୀଙ୍କ ବଦଳି ପ୍ରକ୍ରିୟା ସାରିବା ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।

Related posts