ନିର୍ମାଣ କାର୍ଯ୍ୟ ଉପରୁ ପ୍ରତିବନ୍ଧକ ଉଠାଇଲେ ସୁପ୍ରିମ୍‌କୋର୍ଟ

Published: Feb 14, 2020, 5:32 pm IST

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‌ସିଆର୍‌ରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ସୁପ୍ରିମ୍‌କୋର୍ଟ ହଟାଇ ଦେଇଛନ୍ତି । ଦିଲ୍ଲୀ ଏନ୍‌ସିଆରରେ ଏବେ ସନ୍ଧ୍ୟା 6ଟାରୁ ସକାଳ 6ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ । ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହା ଶୁଣାଣି କରିଛନ୍ତି । ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣର ମାତ୍ରା ବଢିଯାଇଥିବାରୁ ସୁପ୍ରିମ୍‌କୋର୍ଟ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।  ତେବେ ଏବେ ଦିଲ୍ଲୀରେ ବାୟୁ ଶୁଦ୍ଧ ହେବା କାରଣରୁ ବିର୍ଲଡର୍ସ ଯାଚିକା ଉପରେ ସୁପ୍ରିମ୍‌କୋର୍ଟ ଆଦେଶକୁ ବଦଳାଇଛନ୍ତି । ଗତ ନଭେମ୍ବର-ଡିସେମ୍ବର ମାସରେ ବାରମ୍ବାର ଦିଲ୍ଲୀ-ଏନ୍‌ସିଆରରେ ବାୟୁର ପ୍ରଦୂଷଣର ସ୍ତର ବଢୁଥିବା ଯୋଗୁଁ ସେଠାରେ ପରିସ୍ଥିତି ବେଶ୍‌ ସାଂଘାତିକ ରହିଥିଲା । ବାୟୁର ଗୁଣବତ୍ତା ସ୍ତରରେ ସୁଧାରିବା ପରେ ସୁପ୍ରିମ୍‌କୋର୍ଟ ନିର୍ମାଣ କାର୍ଯ୍ୟ ଉପରୁ ପ୍ରତିବନ୍ଧକ ଉଠାଇଛନ୍ତି । ଦିଲ୍ଲୀ ସରକାର ମଧ୍ୟ ପ୍ରଦୂଷଣ ମାତ୍ରା କମ୍‌ କରିବା ପାଇଁ ଅଡ୍‌-ଇଭିନ୍‌ ଯୋଜନା ପ୍ରଚଳନ କରିଥିଲେ । (ଏଜେନ୍ସି)

Related posts