‘କେଶରୀ’ର ଟ୍ରେଲର୍‌ ଆଉଟ୍‌ : ଅକ୍ଷୟଙ୍କ ଦମଦାର୍‌ ଡାଏଲଗ୍‌

Published: Feb 21, 2019, 4:31 pm IST

ବଲିଉଡ୍‌ ଅଭିନେତା ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ’କେଶରୀ’ର ଟ୍ରେଲର୍‌ ଆଜି ରିଲିଜ୍‌ ହୋଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଜଣେ ଶିଖ୍‌ ଯୋଦ୍ଧା ଭୂମିକାରେ ଅଭିନୟ କରିଛନ୍ତି । ତିନି ମିନିଟ୍‌ର ଏହି ଟ୍ରେଲରଟି ଅକ୍ଷୟ କୁମାରଙ୍କ ଏକ ସଂଳାପରୁ ଆରମ୍ଭ ହୋଇଛି । ସଂଳାପରେ ଅକ୍ଷୟ କହିଛନ୍ତି – ‘ଜଣେ ଗୋରା ମୋତେ କହିଥିଲା ଯେ, ତୁମେ ଗୋଲାମ୍‌, ହିନ୍ଦୁସ୍ତାନ ମାଟିରେ ଭୀରୁମାନେ ଜନ୍ମ ନେଇଥା’ନ୍ତି । ଆଜି ଉତ୍ତର ଦେବାର ସମୟ ଆସିଛି ।’ ଏହି ଟ୍ରେଲର୍‌ରେ ଜବରଦସ୍ତ ଆକ୍ସନ ସହ ଅକ୍ଷୟଙ୍କ ଆହୁରି ଦମଦାର୍‌ ସଂଳାପ ରହିଛି । ଫିଲ୍ମଟି ସାରଗଡ଼ୀ ଯୁଦ୍ଧ ଉପରେ ଆଧାରିତ । ୧୦ହଜାର ଆଫଗାନୀଙ୍କ ସହ ୨୧ ଜଣ ଶିଖ୍‌ ଯବାନ୍‌ଙ୍କ ଯୁଦ୍ଧକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମଟି । ଏହି ଫିଲ୍ମରେ ଅକ୍ଷୟଙ୍କ ସହ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିବ । ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମଟି ମାର୍ଚ୍ଚ ମାସରେ ପରଦା ଉପରକୁ ଆସିବ ବୋଲି ସୂଚନା ରହିଛି ।

Related posts