ପାକିସ୍ତାନକୁ ଗୁଳିରେ ନୁହେଁ, ପାଣିରେ ମାର : ନୀତୀନ୍‌ ଗଡ଼କରୀ

Published: Feb 21, 2019, 5:23 pm IST

ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ପାକିସ୍ତାନକୁ ଏହାର କଡ଼ା ଜବାବ ଦେବା ପାଇଁ ଏବେ ସବୁ ମହଲରୁ ଦାବି ହେଉଛି। କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନୀତୀନ୍‌ ଗଡ଼କରୀ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି, ପାକିସ୍ତାନ୍‌କୁ ଗୁଳିରେ ନୁହେଁ ବରଂ ପାଣିରେ ମାର! ନୀତୀନ୍‌ କହିଛନ୍ତି ଯେ ପାକିସ୍ତାନରେ ପାନୀୟ ଜଳର ଆବଶ୍ୟକତା ମେଣ୍ଟାଇଥାଏ ତିନିଟି ପ୍ରମୁଖ ନଦୀ- ଇନ୍ଦସ୍‌, ଝେଲମ୍‌ ଓ ଚେନାବ- ଯାହାର ଉତ୍ପତ୍ତି ସ୍ଥଳ ହେଉଛି ଭାରତ। ତେଣୁ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବାକୁ ହେଲେ, ଏହି ତିନି ନଦୀର ଗତି ପଥକୁ ପରିବର୍ତ୍ତନ କରି ଯମୁନା ମଧ୍ୟକୁ ପରିବର୍ତ୍ତନ କରିଦେଲେ ପାକିସ୍ତାନ ଆପେ ବାଟକୁ ଆସିଯିବ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ନମାମି ଗଙ୍ଗା’ କାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟ ପାଇଁ ଭାରତ ସରକାରଙ୍କୁ ଅଧିକ ପରିଶ୍ରମ କରିବାକୁ ବା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି  ନୀତୀନ୍‌ ଗଡ଼କରୀ।

Related posts