Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ଶିଳ୍ପୀଙ୍କ ଦ୍ବାରା ନିର୍ମିତ ପଣ୍ଡିତ ଦୀନଦୟାଲ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ଓଡିଆ ଶିଳ୍ପୀଙ୍କ ଦ୍ବାରା ନିର୍ମିତ ପଣ୍ଡିତ ଦୀନଦୟାଲ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

February 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Dinadayal Statue will unveil by PM on Sunday

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୦ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନକାଳ ଦର୍ଶାଉଥିବା ଖୋଦେଇ କଳାକୃତି ରହିଛି । ପାଖାପାଖି ୩୦ ଜଣ ଓଡ଼ିଆ କାରିଗର ଓ ଶିଳ୍ପୀ ୧ ବର୍ଷ ଧରି ଏହି ପ୍ରକଳ୍ପ ନିର୍ମାଣ ଲାଗି କାର୍ଯ୍ୟ କରିଛନ୍ତି ।

ଶ୍ରୀ ମୋଦୀ ମଧ୍ୟ ଏହି ଅବସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚତା ବିଶିଷ୍ଟ ପଂଚ ଲୌହ ପ୍ରତିମାର ଅନାବରଣ କରିବେ । ଏହି ନେତାଙ୍କର ଏହା ହେଉଛି ଦେଶର ସର୍ବୋଚ୍ଚ ପ୍ରତିମୂର୍ତି । ଗତ ଏକ ବର୍ଷ ଧରି ୨୦୦ରୁ ଊର୍ଦ୍ଧ୍ୱ କାରିଗର ଦିନରାତି କାମ କରିବା ପରେ ଏହି ପ୍ରତିମୂର୍ତି ନିର୍ମାଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀଜଗଦଗୁରୁ ବିଶ୍ୱଆରାଧ୍ୟ ଗୁରୁକୁଳର ଶତବାର୍ଷିକୀ ସମାରୋହର ଉଦଯାପନୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ମୋଦୀ ମଧ୍ୟ ସିଦ୍ଧାନ୍ତ ଶିଖାମଣି ଗ୍ରନ୍ଥର ଅନୁବାଦ ସଂସ୍କରଣକୁ ୧୯ଟି ଭାଷାରେ ଉନ୍ମୋଚନ କରିବେ । ଗୁରୁକୁଳର ମୁଖ୍ୟ ଡ. ଚନ୍ଦ୍ରଶେଖର ଶିବାଚାର୍ଯ୍ୟ ମହାସ୍ୱାମୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗ୍ରନ୍ଥର ମୋବାଇଲ ଆପକୁ ମଧ୍ୟ ଉନ୍ମୋଚନ କରିବେ ।

ଏହାପରେ ଆୟୋଜିତ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ୩୦ଟି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏଥିମଧ୍ୟରେ ରହିଛି କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ଠାରେ ୪୩୦ ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେଶାଲିଟି ସରକାରୀ ଡାକ୍ତରଖାନା ଓ ୭୪ ଶଯ୍ୟା ବିଶିଷ୍ଟ ଏକ ମାନସିକ ରୋଗ ଚିକିତ୍ସାଳୟ ।

ପ୍ରଧାନମନ୍ତ୍ରୀ ମଧ୍ୟ ଭିଡିଓ ଲିଙ୍କ ଜରିଆରେ ଆଇଆରସିଟିସିର ମହାକାଳ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବେ । ଏହି ଟ୍ରେନ ତିନୋଟି ଜ୍ୟୋତିର୍ଲିଙ୍ଗ ପର୍ଯ୍ୟଟନ ସ୍ଥଳୀ- ବାରାଣସୀ, ଉଜ୍ଜୈନ ଏବଂ ଓମକାରେଶ୍ୱରକୁ ଯୋଡ଼ିବ । ଏହାହେବ ଦେଶର ପ୍ରଥମ ଓଭରନାଇଟ ଘରୋଇ ଟ୍ରେନ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ତକଳା ସଙ୍କୁଳ ଠାରେ ‘କାଶୀ ଏକ ରୂପ ଅନେକ’ର ଦୁଇ ଦିନିଆ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଆମେରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଆଦି ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା କ୍ରେତା ଓ ଶିଳ୍ପୀଙ୍କ ସହିତ ପ୍ରଧାନମନ୍ତ୍ରୀ ବାର୍ତାଳାପ କରିବେ । ‘କାଶୀ ଏକ ରୂପ ଅନେକ’ ପ୍ରଦର୍ଶନୀରେ ସମଗ୍ର ଉତର ପ୍ରଦେଶର ୧୦୦ ଜଣ ହସ୍ତଶିଳ୍ପୀ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରିବେ । ହସ୍ତଶିଳ୍ପୀମାନଙ୍କୁ ସେମାନଙ୍କ ଉତ୍ପାଦର ମାନବୃଦ୍ଧି ଏବଂ ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ପାଇଁ ଉପଯୋଗୀ କରିବା ଲାଗି କୌଶଳ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.