ଏୟାର ଇଣ୍ଡିଆ ଶୋ’ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍‌

Published: Feb 21, 2019, 6:26 pm IST

ବେଙ୍ଗାଲୁରୁଠାରେ ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଆଜି ଏୟାର ଇଣ୍ଡିଆ ଶୋରେ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଛନ୍ତି । ୟେଲାହାଙ୍କା ଏୟାରଫୋର୍ସ ଷ୍ଟେସନ ଉପରେ କିଛି ସମୟ ଚକ୍କର କାଟିବା ପରେ ଏହା ଅବତରଣ କରିଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ସବୁଠାରୁ ହାଲୁକା ସୁପରସୋନିକ୍ ଜେଟ୍ ହେଉଛି ‘ତେଜସ୍’ । ଏହାର ରେଞ୍ଜ ବହୁତ କମ୍ ରହିଥିବାବେଳେ ଅନ୍ୟ ଯୁଦ୍ଧ ବିମାନ ଭଳି ଏହା ଆଧୁନିକ ଯୁଦ୍ଧାସ୍ତ୍ର ବୋହିପାରିବ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ବିମାନକୁ ଏକ ଦିନ ପୂର୍ବରୁ ଏୟାର ଶୋରେ ଅନ୍ତିମ ସଂଚାଳନ ପାଇଁ ଅନୁମତି ମିଳିଥିଲା । ଏହାକୁ ଯୁଦ୍ଧ ମିଶନ ପାଇଁ ପ୍ରସ୍ତୁତ କରାଯାଇଛି ।  ତେଜସର ବୈମାନିକୀ ଭଲ ରହିବା ସହିତ ଏହାର ଲକ୍ଷ୍ୟଭେଦ ପ୍ରଣାଳୀ ଭଲ ରହିଛି । ଯଦି ଏହାକୁ ଆୟୁଧ ଭଣ୍ଡାରରେ ସାମିଲ କରାଯିବ ତେବେ ବାୟୁଶକ୍ତି ବଢିବ  ବୋଲି ବିପିନ୍‌ ରାଓ୍ବତ କହିଛନ୍ତି ।

Related posts