ମୁମ୍ବାଇ ଫିଲ୍ମ ସିଟିରେ ସିଦ୍ଧୁଙ୍କ ପ୍ରବେଶ ଉପରେ ଲାଗିଲା ଅଙ୍କୁଶ

Published: Feb 22, 2019, 9:04 am IST
sidhu admires Indian air force for the airstrike

ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ବୟାନ ଦେଇ ଅଡୁଆ ପରିସ୍ଥିତିରେ ଫସିଥିଲେ ନବଜୋତ ସିଂହ ସିଦ୍ଧୁ। ପ୍ରଥମେ କପିଲ ଶର୍ମାଙ୍କୁ କମେଡି ସୋରୁ ତାଙ୍କୁ ବିଦା କରାଯାଇଥିଲା। ଏବେ ମୁମ୍ବାଇର ଫିଲ୍ମ ସିଟିରେ ପ୍ରବେଶ ଉପରେ କଟକଣା ଲାଗିଛି। ନିଷ୍ପତ୍ତି ନେଇଛି ଫେଡେରେସନ୍ ଅଫ୍ ଓ୍ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେଏମ୍ପ୍ଲୋଇଜ୍ ବା FWICE। ଏ ନେଇ ଦାଦା ସାହେବ ଫାଲକେ ଫିଲ୍ମ ସିଟିର ପ୍ରବନ୍ଧ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି FWICE।ଯେଉଁଥିରେ ଉଲ୍ଲେଖ ରହିଛି, ଫିଲ୍ମ ସିଟି ଷ୍ଟୁଡିଓରେ ସିଦ୍ଧୁ ଓ କୌଣସି ପାକିସ୍ତାନୀ କଳାକାର ତଥା ଗାୟକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ଭାବରେ ଅଙ୍କୁଶ ଲଗାଯାଉ।

Related posts