ପାକିସ୍ତାନୀ ଶୁଟରଙ୍କୁ ଭିଜା ନ ଦେବାରୁ ଭାରତରେ ଖେଳ ଆୟୋଜନ ଉପରେ କଟକଣା ଲଗାଇଲା ଆଇଓସି

Published: Feb 22, 2019, 12:07 pm IST

ଅନ୍ତର୍ଜାତୀୟ ଶୁଟିଂ କ୍ରୀଡ଼ା ମହାସଂଘ (ଆଇଏସଏସଏଫ୍‌) ପକ୍ଷରୁ ଦିଲ୍ଲୀରେ ଚାଲିଥିବା ଶୁଟିଂ ବିଶ୍ବକପ୍‌ ପ୍ରତିଯୋଗିତା ପାଇଁ ଭାରତ ପକ୍ଷରୁ ୨ ପାକିସ୍ତାନୀ ଶୁଟରକୁ ଭିଜା ଅନୁମତି ଦିଆ ନ ଯିବା ପରେ ଅସନ୍ତୋଷ ପ୍ରକାଶ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) । ଭବିଷ୍ୟତରେ ଭାରତ ଖେଳକୁଦ ଆୟୋଜନ କରାଇବାକୁ କରିଥିବା ସମସ୍ତ ଆବେଦନକୁ ଇଣ୍ଟର୍‌ନେସ୍‌ନାଲ୍‌ ଅଲିମ୍ପିକ୍‌ କମିଟି (ଆଇଓସି) ରଦ୍ଦ କରିଛି। ଭାରତରେ କୌଣସି ପ୍ରତିଯୋଗିତା ଆୟୋଜନ ନ କରିବାକୁ ଆନ୍ତର୍ଜାତିକ ସ୍ପୋର୍ଟସ୍‌ ଫେଡେରେସନ୍‌କୁ କହିଛି ଆଇଓସି।  ଆଇଓସି କହିଛି ପ୍ରତିଯୋଗୀଙ୍କୁ ଭିସା ଦେବାକୁ ଅଗ୍ରାହ୍ୟ କରିବା ହେଉଛି ଅଲିମ୍ପିକ୍‌ ଚାର୍ଟର୍‌ ନିୟମ ବିରୁଦ୍ଧ। ଏହା ବୈଷମ୍ୟ ଓ ରାଜନୈତିକ ହସ୍ତକ୍ଷେପ ବୋଲି ବିବେଚନା କରାଯାଏ। ଭିଜା  ନ ଦେବା ନିଷ୍ପତ୍ତି ପରେ ଆଇଓସି ଭାରତ ସହ ସମସ୍ତ ପ୍ରକାର କଥାବାର୍ତ୍ତା ବନ୍ଦ କରିଦେଇଛି । ଆଇଏସ୍‌ଏସଏଫ୍‌ର ଶୁଟିଂ ବିଶ୍ବକପ୍‌ ପ୍ରତିଯୋଗିତାରେ ପାକିସ୍ତାନ ପକ୍ଷରୁ ୨ ଶୁଟର୍‌ ଜି.ଏମ୍‌. ବସୀର ଏବଂ ଖଲିଲ ଅହମ୍ମଦଙ୍କ ଲାଗି ଭାରତକୁ ଭିଜା ଅନୁମତି ମଗାଯାଇଥିଲା । ମାତ୍ର ଫୁଲଓ୍ବାମା ଆକ୍ରମଣ ଘଟଣା ପରେ ଭାରତ ଉଭୟ ଖେଳାଳୀକୁ ଭିଜା ଦେଇନଥିଲା ।

Related posts